ବଲାଙ୍ଗିରରେ ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ୫୦ତମ ବାର୍ଷିକ ଅଧିବେଶନ ଉତ୍ସବ
ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ସମ୍ବଲପୁର ଡାଏସିସ୍‌ର ଡାଏସେସନ୍ ୱିମେନ୍ସ ଫେଲୋସିପ୍ ଫର୍ କ୍ରିଷ୍ଟିଆନ୍ ସର୍ଭିସ୍ (ଡିଡବ୍ଲ୍ୟୁଏଫ୍‌ସିଏସ୍‌) ଦ୍ୱାରା ୫୦ତମ ବାର୍ଷିକ ଅଧିବେଶନ ଗାମ୍ଭୀର୍ଯ୍ୟ ଓ ଧାର୍ମିକ ଉତ୍ସାହର ସହିତ ବଲାଙ୍ଗିର ମିଶନ୍ କମ୍ପାଉଣ୍ଡରେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ
ବଲାଙ୍ଗିରରେ ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ୫୦ତମ ବାର୍ଷିକ ଅଧିବେଶନ ଉତ୍ସବ


ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ସମ୍ବଲପୁର ଡାଏସିସ୍‌ର ଡାଏସେସନ୍ ୱିମେନ୍ସ ଫେଲୋସିପ୍ ଫର୍ କ୍ରିଷ୍ଟିଆନ୍ ସର୍ଭିସ୍ (ଡିଡବ୍ଲ୍ୟୁଏଫ୍‌ସିଏସ୍‌) ଦ୍ୱାରା ୫୦ତମ ବାର୍ଷିକ ଅଧିବେଶନ ଗାମ୍ଭୀର୍ଯ୍ୟ ଓ ଧାର୍ମିକ ଉତ୍ସାହର ସହିତ ବଲାଙ୍ଗିର ମିଶନ୍ କମ୍ପାଉଣ୍ଡରେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି ଐତିହାସିକ ଅବସରକୁ ଆନନ୍ଦନଗର ପାଷ୍ଟୋରେଟ୍ ଆୟୋଜନ କରିଥିଲେ । ତିନିଦିନିଆ ଏହି ଅଧିବେଶନରେ ସମ୍ବଲପୁର ଡାଏସିସ୍‌ରୁ ଅଧିକାଂଶ ୮୦୦ରୁ ଅଧିକ ମହିଳା ସଦସ୍ୟ (ଡେଲିଗେଟ୍ସ୍‌) ଯୋଗ ଦେଇଥିଲେ । ଅଧିବେଶନର ମୁଖ୍ୟ ଅତିଥି ଥିଲେ ସମ୍ବଲପୁର ଡାଏସିସ୍‌ର ବିସପ୍ ଆର୍.ଟି. ରେଭ. ଇମ୍ମାନୁଏଲ୍ ଡାନୀ, ଯେଉଁଠାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଛତିଶଗଡ଼ ଡାଏସିସ୍‌ର ବିସପ୍ ଆର୍.ଟି. ରେଭ. ସୁସମା କୁମାର । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ଓ କେକ୍ କଟିଂ ସହିତ ଆରମ୍ଭ ହୋଇଥିଲା । ଏହି ଅବସରରେ ସେବାନିବୃତ୍‌ତ୍ତ ବିସପ୍ ଆର୍.ଟି. ରେଭ. ଡା. ସି.କେ. ଦାସ, ଆର୍.ଟି. ରେଭ. ପିନୁଏଲ୍ ଦୀପ, ଏବଂ ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା କୁମାର, ଉପାଧ୍ୟକ୍ଷା ଶ୍ରୀମତୀ ବସନ୍ତୀ ସିଂହ, ସଚିବ ଶ୍ରୀମତୀ ସୁସନ୍ନାମୟୀ ପାଲ, ରାଜସ୍ୱ ସଚିବ ଶ୍ରୀମତୀ ସୁଜାତା କଲେଜଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଆନନ୍ଦନଗର ପାଷ୍ଟୋରେଟ୍ର କୁୟାର୍ ଦଳର ସ୍ୱାଗତ ଗୀତ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ପରବର୍ତ୍ତୀତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ଉପହାର ଓ ସ୍ମାରକ ପ୍ରଦାନ କରାଯାଇଥିଲା ।

ପ୍ରଥମ ଦିନର ସନ୍ଧ୍ୟା ପୂଜାରେ ଲୂକ ୧:୪୫ ଉପରେ ଆଧାରିତ ବାଇବଲ୍ ସନ୍ଦେସ ଦିଆଯାଇଥିଲା ଏବଂ ଏହା ପରେ ଆକର୍ଷଣୀୟ ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଦ୍ୱିତୀୟ ଦିନ ସକାଳେ ଡେଲିଗେଟ୍‌ମାନେ ସଙ୍ଗୀତ, ନୃତ୍ୟ ଓ ସ୍ଲୋଗାନ ସହିତ ଏକ ବିଶାଳ ମହିଳା ପ୍ରଦର୍ଶନୀ କରିଥିଲେ । ପରେ, ବିଶପ୍ ଇମ୍ମାନୁଏଲ୍ ଡାନୀଙ୍କ ଦ୍ୱାରା ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ଧ୍ୱଜାରୋହଣ କରାଯାଇଥିଲା । ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ସମସ୍ତ କର୍ମକର୍ତ୍ତାମାନେ ତାଙ୍କର ତିନିବର୍ଷୀୟ କାର୍ଯ୍ୟ ରରିପୋର୍ଟ ପ୍ରସ୍ତୁତ କରିଥିଲେ, ଯାହା ସଦସ୍ୟମାନଙ୍କ ଦ୍ୱାରା ସମ୍ମାନ ସହିତ ଗ୍ରହଣ କରାଗଲା । ସନ୍ଧ୍ୟାରେ ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ପରେ ବିଭିନ୍ନ ପାଷ୍ଟୋରେଟ୍‌ର ପକ୍ଷରୁ ଗୀତ, ନୃତ୍ୟ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande