କେନ୍ଦ୍ରାପଡ଼ା, ୦୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ର ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲେଚନା କରିଥିବା ଜଣାପଡ଼ିଛି । ମହାକାଳପଡ଼ା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ସଂସ୍କୃତି ବିଭାଗର ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ସମ୍ମିଳିତ ହୋଇ ପ୍ରୋତ୍ସାହନ ରାଶି ଦେବା ସଂପର୍କରେ ସବିଶେଷ ଆଲୋଚନା କରିଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ାର ଏହି ମହାନ ପର୍ବକୁ ସହାୟତା ଦେବାପାଇଁ ପୂର୍ବରୁ ମହାକାଳପଡ଼ା ବିଧାୟକ ଡ଼ଃ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ କେନ୍ଦ୍ରୀୟ ପୂଜା କମିଟିର କର୍ମକର୍ତାମାନେ ସରକାରଙ୍କୁ ନିବେଦନ କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ପୂଜା କମିଟି ପକ୍ଷରୁ ବିଧାୟକ ଓ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି