ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀରେ ରାଜ୍ୟପାଳ ଡଃ. ହରି ବାବୁ କମ୍ଭମପାଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏକ୍ସରେ ରାଜ୍ୟପାଳ ଲେଖିଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସୁଲେଖିକା ସରଳା ଦେବୀଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି। ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତିକାରୀ ଅଂଶଗ୍ରହଣ କରି ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସଫଳ ହେବା ସହ କାଳଜୟୀ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ସରଳା ଦେବୀଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା