ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଭଦ୍ରକ ସହରାଂଚଳ ଥାନା ଅଧିନସ୍ଥ ଚରମ୍ପାରେ ଗତ ଦୁଇ ଦିନତଳେ ଜଣେ ଟ୍ରକ ଚାଳକ ଦ୍ୱାରା ଘଟିଥିବା ଅସହାୟ ପାଗିଳି ଅପହରଣ ଘଟଣାରେ ଏସପି ମନୋଜ ରାଉତଙ୍କ ସମୟୋଚିତ ପଦକ୍ଷେପ ଫଳରେ ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ତିନୋଟି ପୋଲିସ ଟିମ ବିଭିନ୍ନ ଟୋଲ ଗେଟ ସିସି ଟିଭି ଯାଂଚ କରି ସମ୍ପୃକ୍ତ ଗାଡି ଚାଳକକୁ କେନ୍ଦୁଝର ବ୍ଲକ୍ ସାହି ଝୁମ୍ପୁରାରୁ ଟ୍ରକ ସହ ଗିରଫ କରିବାରେ ସକ୍ଷମ ହୋଇଛି। ଟ୍ରକ ଚାଳକଟିର ନାମ ମହମ୍ମଦ ସାଦ୍ଦାମ ହୁସେନ (୨୪), ତାର ଘର ବିହାର ବୋଲି ଜଣାପଡିଛି। ସେ ଅସହାୟ ମହିଳା ଜଣକୁ ବାଟରେ ଦୁଷ୍କର୍ମ କରି ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ରାନ୍ଦିଆ ରାସ୍ତା ପାର୍ଶ୍ୱରେ ପକାଇ ଦେଇ ଚାଲିଯାଇଥିଲା।ଚରମ୍ପା ଅଂଚଳର ଏହି ପାଗିଳି ଟି ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରିଜର୍ଭ ପୋଲିସ କ୍ୟାମ୍ପସ ନିକଟ ଏକ ଦୋକାନ ଘର ବାରଣ୍ଡା ରେ ରହୁଥୁବା ବେଳେ ଧାମରାରୁ ଫେରୁଥିବା ସମ୍ପୃକ୍ତ କୋଇଲା ଟ୍ରକ (ଯାହାର ନଂ ଓଡି-୦୯ପି-୨୧୫୪) ଚାଳକ ଗତ ବୁଧବାର ଅର୍ଥାତ ୧ ତାରିଖ ବିଳମ୍ବିତ ରାତିରେ ରାସ୍ତା ପାର୍ଶ୍ୱ ରୁ ବଳପୂର୍ବକ ଅପହରଣ କରିନେଇ ଦୁଷ୍କର୍ମ କରିଥିଲା ବୋଲି ପୋଲିସ ଆଗରେ କହିଥିବାର ଜଣା ପଡିଛି।ତେବେ ମହିଳା ରହୁଥିବା ଦୋକାନଘର ସିସି ଟିଭି ଆଧାରରେ ଏସପି ଶ୍ରୀ ରାଉତ ଭଣ୍ଡାରିପୋଖରୀ ଓ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ନେଇ ଗଠିତ ତିନୋଟି ଟିମ ଦ୍ୱାରା ଛତାବର, ଧାମରା ପୋର୍ଟ ଟୋଲଗେଟ ସହ ଭଦ୍ରକ ଟାଉନ୍େର ଲାଗିଥିବା ସିସି ଟିଭି ଯାଂଚ କରି ୨୪ ଘଂଟା ମଧ୍ୟରେ ଅପହରଣ ଓ ଦୁଷ୍କର୍ମକାରୀକୁ ଟ୍ରକ ସହ ଧରିବାରେ ସଫଳ ହୋଇଛନ୍ତି। ପାଗିଳି ଟି କୁ ପୋଲସ ଉଦ୍ଦାର କରି ଭଦ୍ରକ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ସିଆରଏସଆର ର ରାତ୍ରୀକାଳୀନ ରହଣି କେନ୍ଦ୍ରରେ ଛଡାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା। ତେବେ ପୁଲିସ୍ ଗାଡିଟିର ମାଲିକ ଚିତରଂଜନ ପ୍ରଧାନଙ୍କୁ ଡକାଇ ସଦ୍ଦାମ ତାଙ୍କ ନିକଟରେ ୩/୪ ମାସ ହେବ କାର୍ଯ୍ୟ କରୁଥିବାର ସୂଚନା ଦେଇ ତା ନାମରେ ଛୋଟବଡ ଅପରାଧ ଥିବାର କହିଛନ୍ତି। ଏହି ଘଟଣାରେ ପୁଲିସ୍ ପକ୍ଷରୁ ଇନ୍ସିପେକ୍ଟର ଚମ୍ପାବତୀ ମାରାଣ୍ଡି ସହରାଂଚଳ ଥାନାରେ କରିଥିବା ଏତଲା ମୂଳେ କେଶ୍ ନଂ ୫୮୭/୨୫ ରେ ଏକ ମାମଲା ରୁଜୁ ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ