ମଠସାହି ରାଜଘାଟ ସାର୍ବଜନୀନ ବୈଷ୍ଣବୀ ବନଦୁର୍ଗା ପୂଜା ଓ ଭସାଣି ଶାନ୍ତି ଶୃଙ୍ଖଳାରେ ସମାପନ
ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଭଦ୍ରକ ସହର ମଠସାହି ରାଜଘାଟଠାରେ ସାର୍ବଜନୀନ ମା’ ବୈଷ୍ଣବୀ ବନଦୁର୍ଗା ପୂଜା ଉତ୍ସବ ୬ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୨୫ ବର୍ଷ ଧରି ପୂଜା କମିଟି ପକ୍ଷରୁ ପାଳିତ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପୁଲିସ ପକ୍ଷରୁ ଏଠାରେ ସହଯୋଗ ବ୍ୟବସ୍ଥା ଗ୍ରହଣ କ
MATHASAHI BANA DURGA VASANI


ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଭଦ୍ରକ ସହର ମଠସାହି ରାଜଘାଟଠାରେ ସାର୍ବଜନୀନ ମା’ ବୈଷ୍ଣବୀ ବନଦୁର୍ଗା ପୂଜା ଉତ୍ସବ ୬ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୨୫ ବର୍ଷ ଧରି ପୂଜା କମିଟି ପକ୍ଷରୁ ପାଳିତ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପୁଲିସ ପକ୍ଷରୁ ଏଠାରେ ସହଯୋଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦେବୀ ବୈଷ୍ଣବୀ ବନଦୁର୍ଗା ପୂଜା ଷଷ୍ଠୀଠାରୁ ନୀତିକାନ୍ତି ସହ ପୂଜା ଅନୁଷ୍ଠିତ ହେବା ସହିତ ପ୍ରଥମ ଦିବସରେ ବେଲ ବରଣ ହୋଇ କଳସ ସ୍ଥାପନ, ହୋମ, ଚଣ୍ଡିପାଠ, ମା’ଙ୍କ ଜଣାଣ, ଆଳତୀ, ଭୋଗ ନୈବେଦ୍ୟ, ପୂର୍ଣ୍ଣାହୁତି, ବନ୍ଦାପନା ହୋଇଥିଲା। ମୁଖ୍ୟ ପୂଜକ ପଣ୍ଡିତ ପ୍ରଭାତ ତ୍ରିପାଠୀ, ପଣ୍ଡିତ ମଦନ ମୋହନ ଆଚାର୍ଯ୍ୟ, ପଣ୍ଡିତ ମଣ୍ଟୁ ମହାପାତ୍ର ପୂଜାପାଠ କରିଥିଲେ। ପୂଜା କମିଟିର ସଭାପତି ସମ୍ବାଦଦାତା ଅଶୋକ କୁମାର ନାୟକ, ଉପସଭାପତି ଅଶେଷ କୁମାର ନାୟକ, ସମ୍ପାଦକ ଉମାକାନ୍ତ ଅରଖ, କର୍ତା ଅନ୍ନପୂର୍ଣ୍ଣା ଦେବୀ, ଆଲୋକ ବେହେରା, ଦୁର୍ଯ୍ୟୋଧନ ପତି, ସନ୍ଦିପ୍ ଦାସ, ବିଶ୍ୱଜିତ ନାୟକ, ଗୀତାରାଣୀ ଦାସ, ତୃପ୍ତିରେଖା ସାହା ପ୍ରମୁଖଙ୍କ ସମେତ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ। ପୂଜା ଉତ୍ସବରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା, କାଉନସିଲର ଆଶିଷ ଅମିତାଭ ମହାପାତ୍ର, ପୂର୍ବତନ କାଉନସିଲର ପ୍ରବୀର ଜେନା, ଘାଉଲି ଜେନାଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିଥିଲେ। ଏଥିରେ ଶ୍ରଦ୍ଧାଳୁ ମହିଳାମାନେ ସିନ୍ଦୂର ମା’ଙ୍କୁ ଲାଗି କରିବା ସହିତ ନିଜେନିଜେ ମଧ୍ୟ ପିନ୍ଧି ମା’ଙ୍କ ଆଶିଷ କାମନା କରିଥିଲେ। ପରେ ଏହି ଭଷାଣ ଯାତ୍ରା ମଠସାହି ରାଜଘାଟ ଛକରୁ ବାହାରି ନଗର ପରିକ୍ରମା କରି ସାଳନ୍ଦୀ ନଦୀ ରାଜଘାଟଠାରେ ବିସର୍ଜନ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande