ଭଦ୍ରକରେ ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ପଦକ୍ଷେପ, ୱାଇଆରପି ମେଡିକାଲ୍‌କୁ ୨୪ ଘଂଟା ଖୋଲା ରଖିବା ଓ ଡାକ୍ତର ଯୋଗାଇବା ଦାବି
ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଜାହିର ଖାଁଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍ ଓ ଏଡିଏମ୍‌ଙ୍କୁ ଲିଖିତ ଭାବରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ଭଦ୍ରକ ପୁରୁଣା ବଜାର ୱାଇଆରପି ମେଡିକାଲ୍ ସେଂଟରରେ ଏକ ସ୍ଥାୟୀ ଡାକ୍ତର ଯୋଗାଇ ଏ
NABA NIRMAN JUVA CHATRA SANGATHAN


ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଜାହିର ଖାଁଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍ ଓ ଏଡିଏମ୍‌ଙ୍କୁ ଲିଖିତ ଭାବରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ଭଦ୍ରକ ପୁରୁଣା ବଜାର ୱାଇଆରପି ମେଡିକାଲ୍ ସେଂଟରରେ ଏକ ସ୍ଥାୟୀ ଡାକ୍ତର ଯୋଗାଇ ଏହାକୁ ୨୪ ଘଂଟା ଖୋଲା ରଖିବା ଦାବି କରାଯାଇଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ମେଡିକାଲ୍ ସେଂଟର ପୁରୁଣା ବଜାର, ଶିକ୍ଷାଗଡ, ଟାଉନ ହଲ ଓ ପାଖପାଖ ଅଂଚଳର ଲୋକମାନଙ୍କ ପାଇଁ ଏକ ମୁଖ୍ୟ ସହାୟତା କେନ୍ଦ୍ର ଭାବେ ରହିଛି । କିନ୍ତୁ ଡାକ୍ତର ଓ ରାତି ସମୟରେ ଚିକିତ୍ସା ସୁବିଧା ନ ମିଳିବାରୁ ରୋଗୀମାନେ ଅନେକ ଅସୁବିଧା ଭୋଗୁଛନ୍ତି । ଜାହିର ଖାଁ କହିଛନ୍ତି, “ଜନସେବା ଓ ସ୍ୱାସ୍ଥ୍ୟ ହେଉଛି ମୌଳିକ ଅଧିକାର, ସେଥିପାଇଁ ସରକାର ଓ ପ୍ରଶାସନ ଶୀଘ୍ର ପଦକ୍ଷେପ ନେଇ ଏହି ସୁବିଧା ଦେବା ଉଚିତ୍‌।” ସଙ୍ଗଠନ ସତର୍କ କରିଛି ଯେ, ଯଦି ଶୀଘ୍ର ଏହାକୁ ପ୍ରାୟୋଗିକ ରୂପ ଦିଆଯାଇ ନାହିଁ, ତେବେ ସେମାନେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନରେ ଯିବେ । ସେଥିପାଇଁ ସେମାନେ ଜନସ୍ୱାସ୍ଥ୍ୟ ପାଇଁ ସରକାରଙ୍କୁ ଦାୟିତ୍ୱଶୀଳ ହେବାର ଆହ୍ୱାନ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande