ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଇଚ୍ଛଦା ଗ୍ରାମର ସରସ୍ୱତୀ ସାହୁଙ୍କ ( ୭୬) ମୃତ ଦେହ ଆଜି ଧାମନଗର ପୋଲିସ ଓ ଦମକଳ ବାହିନୀ ଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ତିନି ଦିନ ହେବ ସରସ୍ୱତୀ ନିଖୋଜ ହୋଇଯାଇଥିଲେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ଶନିବାର ଇଚ୍ଛଦା ଗ୍ରାମର ସୁତାର ସାହି ଠାରେ ରେବ ନଦୀ କୂଳରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଧାମନଗର ଥାନା କୁ ଖବର ଦେଇ ଥିଲେ। ଧାମନଗର ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ସବ ଉଦ୍ଧାର କରିଥିଲେ। ଧାମନଗର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ