ଯଜ୍ଞେଶ୍ଵରଙ୍କ ପଦ୍ମପାଖୁଡା ପାଠକାର୍ପିତ
ବଲାଙ୍ଗିର/ସୁବର୍ଣ୍ଣପୁର, ୪ ଅକ୍ଟୋବର (ହି.ସ.)- ଉପଖଣ୍ଡର ସର୍ବ ପୁରାତନ କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ଯଜ୍ଞେଶ୍ଵର ବିଶିଙ୍କ ସପ୍ତମ ପୁସ୍ତକ ଭକ୍ତି ରାସାତ୍ମକ ଏକପଦୀ କବିତା ସଂକଳନ ପଦ୍ମ ପାଖୁଡ଼ାବାଲାଙ୍ଗୀର ଟାଉନ ବାଳିକା ବିଦ୍ୟାଳୟ ପରିସରରେ ପାଠକାର୍ପିତ ହୋଇଯାଇଛି I ଶାରଦୀୟ ପୂଜା ତଥା ଗାନ୍ଧୀ ଓ
ଯଜ୍ଞେଶ୍ଵରଙ୍କ ପଦ୍ମପାଖୁଡା ପାଠକାର୍ପିତ : ପ୍ରେରଣା ର କବିତା ପାଠଉତ୍ସବ


ବଲାଙ୍ଗିର/ସୁବର୍ଣ୍ଣପୁର, ୪ ଅକ୍ଟୋବର (ହି.ସ.)- ଉପଖଣ୍ଡର ସର୍ବ ପୁରାତନ କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ଯଜ୍ଞେଶ୍ଵର ବିଶିଙ୍କ ସପ୍ତମ ପୁସ୍ତକ ଭକ୍ତି ରାସାତ୍ମକ ଏକପଦୀ କବିତା ସଂକଳନ ପଦ୍ମ ପାଖୁଡ଼ାବାଲାଙ୍ଗୀର ଟାଉନ ବାଳିକା ବିଦ୍ୟାଳୟ ପରିସରରେ ପାଠକାର୍ପିତ ହୋଇଯାଇଛି I ଶାରଦୀୟ ପୂଜା ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଦିବସରେ ପ୍ରେରଣା ସମ୍ବାଦ ପତ୍ରର ପ୍ରତିଷ୍ଠା ଦିବସ ଅବସରରେ ଭକ୍ତି, ପ୍ରୀତି ଓ ସୂକ୍ତିର ତ୍ରିବେଣୀ ସଙ୍ଗମ ଘଟିଥିବା ଉକ୍ତ ପୁସ୍ତକକୁ ଉନ୍ମୋଚନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି I

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ମୁନିସିପାଲିଟିର ପୋୖରାଧ୍ୟକ୍ଷI ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି, ବରିଷ୍ଠ ବିଜେପି ନେତା ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ଅନ୍ୟତମ ଅତିଥି ଏବଂ ଓଡିଆ ଭାଷା ସାହିତ୍ୟ ଗବେଷକ ଶ୍ରୀ ଦୈତାରୀ ମହାପାତ୍ର ମୁଖ୍ୟବକ୍ତା ଭାବରେ ଏ ସଭାରେ ଯୋଗଦାନ କରିଥିଲେ I ପ୍ରେରଣାର ବାର୍ଷିକ ବିବରଣୀ ପାଠ କରିଥିଲେ ଏହାର ସମ୍ପାଦକ ରଘୁନନ୍ଦନ ସିଂ I ସଭା ସଂଚାଳନ ଅଞ୍ଜଳୀ ବାରିକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ମନରଞ୍ଜନ ସାହୁ I ପ୍ରାୟ ଦୁଇ ଶହ ଜଣ କବି, କଲାକାର, ସାହିତ୍ୟିକ ଓ ପାଠକ ପାଠିକା ଙ୍କ ସମାଗମରେ ଉତ୍ସବ ମୁଖର ହୋଇଥିଲା ସଭାସ୍ଥଳ I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande