ରାବଣ ପୋଡି ସହ ଆତସବାଜୀ କାଯ୍ୟକ୍ରମ ଆପରାଜିତା ପୁସ୍ତକ ଲୋକାର୍ପଣ
ଜୟପୁର, 4 ଅକ୍ଟୋବର (ହି.ସ.) ଜୟପୁର ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ ଅପରାଜିତା ଶୁକ୍ରବାର ଭୋର ସମୟରେ ପୂଜା ସମାପ୍ତ ହୋଇଯାଇଛି । ଭୋର ୫ ଟା ବେଳକୁ ଏହି ପୂଜା ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ବର୍ଷା ଜାରି
ରାବଣ ପୋଡି ସହ ଆତସବାଜୀ କାଯ୍ୟକ୍ରମ  ଆପରାଜିତା ପୁସ୍ତକ ଲୋକାର୍ପଣ


ଜୟପୁର, 4 ଅକ୍ଟୋବର (ହି.ସ.) ଜୟପୁର ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ ଅପରାଜିତା ଶୁକ୍ରବାର ଭୋର ସମୟରେ ପୂଜା ସମାପ୍ତ ହୋଇଯାଇଛି । ଭୋର ୫ ଟା ବେଳକୁ ଏହି ପୂଜା ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ବର୍ଷା ଜାରି ରହିଥିବାରୁ ରାବଣ ପୋଡି ଓ ଆତସବାଜୀ କାଯ୍ୟକ୍ରମ ବନ୍ଦ ରହିଥିଲା । ଆଜି ରାତ୍ର ୮ଟା ସମୟରେ ଜୟପୁର ଦଶହରା ପଡିଆରେ ରାବଣ ପୋଡି, ଆତସବାଜୀ କାଯ୍ୟକ୍ରମ ସହ ଅପରାଜିତା ପୁସ୍ତକ ଲୋକାର୍ପଣ ହୋଇଛି । ଏହି ଲୋକାର୍ପଣ କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଙ୍କ ସଭାପିତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭନେତ୍ରୀ ମିନିକ୍ଷୀ ବାହିନିପତି, କୋରାପୁଟ ଏସପି ରୋହିତ ବର୍ମା, ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ଏସଡିପିଓ ପାର୍ଥ କଶ୍ୟପ, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟ ସାଚି ଜେନା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ହଜାର ହଜାର ଲୋକଙ୍କ ଉପସ୍ଥିତି ରେ ରାବଣ ପୋଡି ସହ ଆତସବାଜୀ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଶାନ୍ତି ଶୃଙ୍ଖଳା ପାଇ ପୋଲିସ ମୁତୟନ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande