ଝୁମ୍ପୁରାରୁ ଧରାପଡ଼ିଲା ଭଦ୍ରକରୁ ମାନସିକ ବିକୃତ ମହିଳାଙ୍କୁ ଉଠାଇ ଆଣିଥିବା ଟ୍ରକ୍ ଚାଳକ
ଚମ୍ପୁଆ, ୪ ଅକ୍ଟୋବର (ହି.ସ.)- ଭଦ୍ରକ ସହର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରାସ୍ତାକଡ଼ରୁ ବିଳମ୍ବିତ ରାତିରେ ଜଣେ ମାନସିକ ଅନଗ୍ରସର ମହିଳା (ପାଗଳୀ)ଙ୍କୁ ଉଠାଇ ନେଇଥିବା ଟ୍ରକ୍ ଚାଳକକୁ ଗତକାଲି ରାତିରେ ଭଦ୍ରକ ଟାଉନ ଥାନା ପୁଲିସ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ଠାରୁ ଗିରଫ କରିଛି
ଏହି ଟ୍ରକରେ ଉଠାଇ ନେଇଥିଲା ଦୁର୍ବୁତ୍ତ


ଚମ୍ପୁଆ, ୪ ଅକ୍ଟୋବର (ହି.ସ.)- ଭଦ୍ରକ ସହର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରାସ୍ତାକଡ଼ରୁ ବିଳମ୍ବିତ ରାତିରେ ଜଣେ ମାନସିକ ଅନଗ୍ରସର ମହିଳା (ପାଗଳୀ)ଙ୍କୁ ଉଠାଇ ନେଇଥିବା ଟ୍ରକ୍ ଚାଳକକୁ ଗତକାଲି ରାତିରେ ଭଦ୍ରକ ଟାଉନ ଥାନା ପୁଲିସ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ଠାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ସଦାମ ହୁସେନା । ଦୁଷ୍କର୍ମ ପରେ ଉକ୍ତ ମହିଳାଙ୍କୁ ସେ ବାଟରେ ଫିଙ୍ଗିଦେଇଥିବା ସଦାମ ସ୍ବୀକାର କରିଛି। ତେବେ ମହିଳା ଜଣକ ମୃତ ନା ଜୀବିତ, ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ।

ସୂଚନାଯୋଗ୍ୟ, ଗତକାଲି ରାତିରେ ସଦାମ ଭଦ୍ରକ ଚରମ୍ପାରୁ ଏହି ମାନସିକ ଅନଗ୍ରସର ମହିଳାଙ୍କୁ ନିଜ ଟ୍ରକ୍‌ରେ ଉଠାଇ ନେଇଥିଲା। ତା' କବଳରୁ ବଞ୍ଚିବା ଲାଗି ମହିଳାଜଣକ ବଡ଼ପାଟିରେ ଚିତ୍କାର କରିଥିଲେ। ହେଲେ ନିଛାଟିଆ ରାତି ଓ କେହି ନଥିବା ସୁଯୋଗରେ ସଦାମ ମହିଳାଙ୍କୁ ଦୁଇ ହାତରେ ଟେକି ନେଇଥିଲା ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ ଉତ୍ତୋଳିତ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହୋଇଥିଲା। ଅପହର୍ତ୍ତା ଟ୍ରକ୍‌ ଚାଳକକୁ ଧରିବା ସହିତ ମହିଳାଙ୍କୁ ଉଦ୍ଧାର କରିବା ନିମନ୍ତେ ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ପୁଲିସ ଟିମ୍ ସବୁ ବଳ ଲଗାଇ ଦେଇଥିଲେ । ବିଭିନ୍ନ ଟୋଲ ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବା ପରେ ଅପହରଣକାରୀ ସଦାମକୁ ଧରାଯାଇଛି। ଜେରା ପାଇଁ ତାକୁ ଭଦ୍ରକ ନିଆଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande