ଚମ୍ପୁଆ ଉପ ଡାକଘରୁ ଚୋରି
କେନ୍ଦୁଝର, ୪ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପ ଡାକଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ। ସୂଚନା ଅନୁଯାୟୀ, ଗତରାତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଥାନା ସମ୍ମୁଖରେ ଥିବା ଉପଡାକଘରୁ ଚୋରୀ ହେଇଛି। ଡାକଘର ପଛପଟ କବାଟର ତାଲା ଭାଙ୍ଗି ଚୋରୀ
ଚମ୍ପୁଆ ଉପ ଡାକଘରୁ ଚୋରି


କେନ୍ଦୁଝର, ୪ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପ ଡାକଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ। ସୂଚନା ଅନୁଯାୟୀ, ଗତରାତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଥାନା ସମ୍ମୁଖରେ ଥିବା ଉପଡାକଘରୁ ଚୋରୀ ହେଇଛି। ଡାକଘର ପଛପଟ କବାଟର ତାଲା ଭାଙ୍ଗି ଚୋରୀ ହୋଇଥିବା ନେଇ ଆଜି ସକାଳୁ ଡାକଘର କର୍ମଚାରୀ ଦେଖିବାକୁ ପାଇଥିଲେ । ଚୋରମାନେ ଡାକଘର ପଛପଟ କବାଟ ତାଲା ଭାଙ୍ଗି ଚୋରୀ କରିବା ନେଇ ପୋଷ୍ଟ ମାଷ୍ଟରଙ୍କୁ ସୂଚନା ମିଳିବା ପରେ ଏନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି ପୋଷ୍ଟମାଷ୍ଟର ତପସ୍ୱୀନୀ ପାତ୍ର । ଅଭିଯୋଗ ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡାକଘର ତାଲା ଭାଙ୍ଗି ଚୋରମାନେ ଭିତରେ ଥିବା ଆଲମାରୀ ଓ ପୋଷ୍ଟ ମାଷ୍ଟରଙ୍କ ବାକ୍ସ ଭାଙ୍ଗି ନଗଦ ଟଙ୍କା ଚୋରୀ କରିଛନ୍ତି। ଡାକଘର ଭିତର ଟ୍ରେଜେରୀ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ ସୁଦ୍ଧା ଟ୍ରେଜେରୀ ଭାଙ୍ଗିବାରେ ବିଫଳ ହେଇଥିବା ବେଳେ ଚୋରମାନେ ଯିବା ବେଳେ ଡାକଘର ସିସିଟିଭି ର ହାର୍ଡଡିସ୍କ ନେଇଯାଇଥିବା ଜଣାପଡିଛି। ଏଯାଏଁ ଚୋରୀ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ପୋଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ନେଇଥିବା ବେଳେ ଟିମ୍ ପହଞ୍ଚିବା ପରେ ଚୋରୀ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande