ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୮୮ ପ୍ରତିଶତକୁ ପହଁଚିଲା
ମୁଖୀଗୁଡା, ୪ ଅକ୍ଟୋବର (ହି.ସ.)- ଆଜିଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦.୬୭ ମିଟରକୁ ପହଞ୍ଚିବା ସହ ଜଳ ସଂରକ୍ଷଣ ୮୮.୦୪ ପ୍ରତିଶତକୁ ପହ‌ଞ୍ଚିଛି। ଏହି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ଗୁରୁବାର ଠାରୁ ଥୁଆମୁଳ ରାମପୁର ବ୍ଳକରେ ୩୦୦ ମି.ମି.ରୁ ଅଧିକ ବର୍ଷା ଯୋଗୁଁ ଆଜ
ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୮୮ ପ୍ରତିଶତକୁ ପହଁଚିଲା


ମୁଖୀଗୁଡା, ୪ ଅକ୍ଟୋବର (ହି.ସ.)- ଆଜିଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦.୬୭ ମିଟରକୁ ପହଞ୍ଚିବା ସହ ଜଳ ସଂରକ୍ଷଣ ୮୮.୦୪ ପ୍ରତିଶତକୁ ପହ‌ଞ୍ଚିଛି। ଏହି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ଗୁରୁବାର ଠାରୁ ଥୁଆମୁଳ ରାମପୁର ବ୍ଳକରେ ୩୦୦ ମି.ମି.ରୁ ଅଧିକ ବର୍ଷା ଯୋଗୁଁ ଆଜି ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୪୦.୬୭ ମିଟର ଅର୍ଥାତ ୧,୩୦୭୮୧ ହେକ୍ଟୋ ମିଟର ସହିତ ୮୮.୦୪ ପ୍ରତିଶତରେ ପହଞ୍ଚିଛି ।

ଗତ ବର୍ଷ ଆଜିର ଦିନରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୭.୦୪ ମିଟର ରହିଥିଲା, ଯାହା ୬୩ ପ୍ରତିଶତ ରହିଥିଲା। ହାତୀ ବ୍ୟାରେଜର ଜଳ ସ୍ତର ୨୬୨.୨୦ ମିଟର ରହିଛି । ହାତୀ ବ୍ୟାରେଜର ଦୁଇଟି ଗେଟ ଖୋଲାଯାଇ ୧୬୩.୩୫ କ୍ୟୁମେକ୍ସ ଜଳ ହାତୀ ନଦୀକୁ ଛଡାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande