ବିଶ୍ବ ବନ୍ୟପ୍ରାଣୀ ଦିବସ ପାଳିତ
ଜୟପୁର, ୪ ଅକ୍ଟୋବର (ହି.ସ.)- ରୋଟାରୀ କ୍ଲବ ଜୟପୁର ପ୍ରାଇଡ ପକ୍ଷରୁ ବିଶ୍ବ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଗୋପାଳ ସେବା ସମିତି ଓ ରୋଟାରୀ କ୍ଲକ ଜୟପୁର ପ୍ରାଇଡ ପକ୍ଷରୁ କୁନ୍ଦାରିଗୁଡା ଗୋଶାଳା ଠାରେ ଏସଡିଭିଓ ତଥା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ବିଶ୍ବଜିତ ରାୟଙ୍କ ଉପସ୍ଥିତିରେ ଗୋସେବ
ବିଶ୍ବ ବନ୍ୟପ୍ରାଣୀ ଦିବସ ପାଳିତ


ଜୟପୁର, ୪ ଅକ୍ଟୋବର (ହି.ସ.)- ରୋଟାରୀ କ୍ଲବ ଜୟପୁର ପ୍ରାଇଡ ପକ୍ଷରୁ ବିଶ୍ବ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଗୋପାଳ ସେବା ସମିତି ଓ ରୋଟାରୀ କ୍ଲକ ଜୟପୁର ପ୍ରାଇଡ ପକ୍ଷରୁ କୁନ୍ଦାରିଗୁଡା ଗୋଶାଳା ଠାରେ ଏସଡିଭିଓ ତଥା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ବିଶ୍ବଜିତ ରାୟଙ୍କ ଉପସ୍ଥିତିରେ ଗୋସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କର୍ମକର୍ତ୍ତା ମାନେ ଗୋଶାଳାରେ ଥିବା ସମସ୍ତ ଗୋ ମାତାଙ୍କୁ ଘାସ, କଦଳୀ ଖାଦ୍ୟ ଦେଇ ପୂଜା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସ˚ପାଦକ ରବି ନନ୍ଦ, ପ୍ରତିଷ୍ଠାତା ସଭାପତି ପ୍ରକାଶ ନୟକ ତଥା ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଗୋଶାଳାର ସଭାପତି ରାମନାଥ ସହୁ, ସ˚ପାଦକ ନରେଶ ମହାଙ୍କୁଡ, କୋଷାଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande