ସ୍ୱର୍ଗତ ବନମାଳି ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ
କେନ୍ଦ୍ରାପଡ଼ା, ୦୪ ଅକ୍ଟୋବର(ହି.ସ.) – ଚନ୍ଦନପୁର ବିଜୁ ଜନତାଦଳ ତରଫରୁ ବରିଷ୍ଠ ସଂଗଠକ ତଥା ପୂର୍ବତନ ପ୍ରାଣୀଧନ ଚିକିତ୍ସକ ସ୍ୱର୍ଗତ ବନମାଳୀ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସମାରୋହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ତମାଳ ଶାସନ ରଥ ଦାଣ୍ଡରେ ଅନୁଷ୍ଠିତ ହ
ସ୍ୱର୍ଗତ ବନମାଳି ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ


କେନ୍ଦ୍ରାପଡ଼ା, ୦୪ ଅକ୍ଟୋବର(ହି.ସ.) – ଚନ୍ଦନପୁର ବିଜୁ ଜନତାଦଳ ତରଫରୁ ବରିଷ୍ଠ ସଂଗଠକ ତଥା ପୂର୍ବତନ ପ୍ରାଣୀଧନ ଚିକିତ୍ସକ ସ୍ୱର୍ଗତ ବନମାଳୀ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସମାରୋହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ତମାଳ ଶାସନ ରଥ ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ରୁପେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳ ଜଣେ ଦୃଢମାନା ତଥା ଦରଦୀ ମଣିଷ ଭାବରେ ବର୍ଣ୍ଣନା କରିଥିଲେ। ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ ସମ୍ମନୀୟ ଅତିଥି ଭାବରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଭାଗ ନେଇ କହିଥିଲେ ଯେ ସ୍ୱର୍ଗତ ବନମାଳୀ ବିଶ୍ୱାଳ ଜଣେ ଲୋକପ୍ରିୟ ଚିକିତ୍ସକ ବିଚାର ବନ୍ତ ମଣିଷ ଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଲିଲିତା ଦାସ ତାଙ୍କୁ ବିକେକି ଓ ହୃଦୟବାନ ବ୍ୟକ୍ତି ବୋଲି କହିଥିଲେ। ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ସ୍ୱର୍ଗତ ବନମାଳୀ ବିଶ୍ୱାଳଙ୍କୁ ଜଣେ ନିର୍ଭିକ ତଥା ଅନୁଶାସନ ଧର୍ମୀ ଭାବେ ସାଧାରଣରେ ବିଦିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବିଗତ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ସଭାରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ମହାନ୍ତି, ସରପଂଚ ରମାକାନ୍ତ ମଲ୍ଲିକ, ଜେନାମଣୀ ସାମଲ, ତପନ ଦାସ, ସାନମାଣିତିଆ ବିଜେଡି ସଭାପତି ଜୟପ୍ରକାଶ ଗିରୀ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ସର୍ବେଶ୍ୱର ବେହେରା, ସରପଂଚ ଅସ୍ୱନୀ ପାତ୍ର, ତପନ କୁମାର ଦାସ, ପଂଚାୟତ ବିଜେଡି ସଭାପତି ମହମ୍ମଦ ଇସାକ, କଂଗ୍ରେସ ନେତା ବିଜୟ କୁମାର ମଲ୍ଲିକ, ମନୋରଞ୍ଜନ ଦାସ, ଯୁବ ନେତା ଆକ୍ରମ ଖାନ, ନାରାୟଣ ପରିଡା, ଗୌରହରି ମିଶ୍ର, ଚିତରଞ୍ଜନ ପାତ୍ର, ଭାବଗ୍ରାହୀ ବେହେରା, ଗୁରୁଚରଣ ଦାସ, ଗୋଲଖ ସାମଲ ପ୍ରମୁଖ ଶ୍ରଦ୍ଧା ନିବେଦନ କରି ସ୍ୱର୍ଗତ ବନମାଳୀ ବିଶ୍ୱାଳଙ୍କୁ ଅଭିଭାବକୀୟ ବ୍ୟକ୍ତିତ୍ୱର ଅଧିକାରୀବୋଲି ଉଲ୍ଲେଖ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande