ଶିରିଡି ସାଇ ସଂଗଠନ ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା
କେନ୍ଦ୍ରାପଡ଼ା, ୦୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର କଜଳା ଠାରେ ଥିବା ଶିରିଡି ସାଇ ସଂଗଠନ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପାଲିଙ୍କି ଶୋଭାଯାତ୍ରା କଜଳାରୁ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ବହୁ ସଂଖ୍ୟକ ସାଇ ଭକ୍ତ ସଂର୍କୀତନ ସହ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ଏଥି
ଶିରିଡି ସାଇ ସଂଗଠନ ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା


କେନ୍ଦ୍ରାପଡ଼ା, ୦୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର କଜଳା ଠାରେ ଥିବା ଶିରିଡି ସାଇ ସଂଗଠନ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପାଲିଙ୍କି ଶୋଭାଯାତ୍ରା କଜଳାରୁ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ବହୁ ସଂଖ୍ୟକ ସାଇ ଭକ୍ତ ସଂର୍କୀତନ ସହ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ଏଥିସହ ସାଇ ବାବାଙ୍କ ସଂପର୍କିତ ପ୍ରଚାରପତ୍ର ବଂଟନ କରାଯିବା ସହ ସାଇ ବାଣୀ ପ୍ରସାରଣ କରା ଯାଇଥିଲା । ସାଇ ସଂଗଠନ ର ପ୍ରାରମ୍ପରିକ ବେସ ପୋଷାକ ପରିହିତ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରି ନଗର ପରିକ୍ରମା କରି ଶାନ୍ତିର ବାର୍ତା ପ୍ରଚାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande