ବିପର୍ଯ୍ୟୟ ଭବନ କରିବେ ସରକାର
ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ବିପର୍ଯ୍ୟୟ ଭବନ କରିବେ ସରକାର । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍
ବିପର୍ଯ୍ୟୟ ଭବନ କରିବେ ସରକାର


ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା ।

ବିପର୍ଯ୍ୟୟ ଭବନ କରିବେ ସରକାର । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ

ଖୋଲିବେ ସରକାର ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ

ପୂଜାରୀ । ଗୋଟିଏ ଵିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ଓଡ୍ରାଫ, ଏନଡିଆରଏଫ, ଜଙ୍ଗଲ ବିଭାଗର

କାର୍ଯ୍ୟାଳୟ । ସବୁ କାର୍ଯ୍ୟାଳୟ ଗୋଟିଏ ଵିଲ୍ଡିଂରେ ରହିବ । ଏଥିପାଇଁ 200 କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଲ୍ଟି ଷ୍ଟରେଡ ଏବଂ ଭୂତଳ

ବିଲ୍ଡିଙ୍ଗ ନିର୍ମାଣ ହେବ । ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଛି । ଵିଲ୍ଡିଂରେ

ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବସ୍ଥା କରାଯିବ । କାର୍ଯ୍ୟାଳୟ ନିର୍ମାଣ ପାଇଁ ଲାଗିବ 2 ବର୍ଷ ସମୟ । ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ

ବିଭାଗ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ି

ହେବ ସେ ନେଇ ବ୍ୟବସ୍ଥା କରାଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ।

ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ବି ମଗାଯାଇଛି । ବିପର୍ଯ୍ୟୟ

ମୁକାବିଲାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ହେଲେ ମଧ୍ୟ ଆଗକୁ ଆହୁରି କାମ କରାଯାଇପାରିବ । ତା ପାଇଁ

ବର୍ତ୍ତମାନ ଠାରୁ ପଦକ୍ଷେପ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande