କଟକ ଭସାଣୀ ହିଂସା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ - ଜିଲ୍ଲାପାଳ
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - କଟକ ଭସାଣୀ ହିଂସା କୁ ନେଇ କଟକ ଜିଲ୍ଲାପାଳ ଦତାତ୍ରେୟ ସିନ୍ଧେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶାନ୍ତି କମିଟି ଓ ପୁଜା କମିଟି ସହ ଆଲୋଚନା କରଯାଇଛି। ଆଇନ ତା ବାଟରେ ଯିବ। ଯେଉଁମାନେ ବି ଦୋଷୀ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠନ ନେବ। ଆଗକୁ କିପରି
କଟକ ଭସାଣୀ ହିଂସା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ - ଜିଲ୍ଲାପାଳ


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - କଟକ ଭସାଣୀ ହିଂସା କୁ ନେଇ କଟକ ଜିଲ୍ଲାପାଳ ଦତାତ୍ରେୟ ସିନ୍ଧେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶାନ୍ତି କମିଟି ଓ ପୁଜା କମିଟି ସହ ଆଲୋଚନା କରଯାଇଛି। ଆଇନ ତା ବାଟରେ ଯିବ। ଯେଉଁମାନେ ବି ଦୋଷୀ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠନ ନେବ। ଆଗକୁ କିପରି ଘଟଣା ନ ଘଟିବ ତା ଉପରେ ନଜର ରହିଛି।

ସେ ଆହୁରି କହିଛନ୍ତି ଯେ ଉପର ପଡ଼ିଆରେ ବାଲିଯାତ୍ରା ହେବ। ଏନେଇ ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ଚଳିତ ବର୍ଷ ବାଲିଯାତ୍ରାରେ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ଜିଲ୍ଲାପାଳ ଭାବରେ ବିଭିନ୍ନ ଦିଗକୁ ନେଇ ମୁଁ ବୈଠକରେ ପ୍ରସ୍ତାବ ଉପସ୍ଥାନ ରଖିଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande