ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ଏସଆଇ ପରୀକ୍ଷା
ଘୋଟାଲା ନେଇ ଛାତ୍ର କଂଗ୍ରେସ
ନେତା ଅଭିଯୋଗ କରିଛନ୍ତି ଯେ
ବଣିକ ଗ୍ରୁପ ମଧ୍ୟ ଏହି ସ୍କାମରେ
ମାଷ୍ଟର ମାଇଣ୍ଡ । ଅନେକ୍ ପିଲାଙ୍କ ନାଁ ଏହି ସ୍କାମରେ
ରହିଛି । ଡ୍ୟାର୍ଟି ପିକଚର ଫିଲ୍ମ ଡ଼ାଇଲଗ୍
ସମତୁଲ୍ୟ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଯେଉଁଭଳି ଫିଲ୍ମରେ ୩ଟି
କଥା , ଏଣ୍ଟରଟେନମେଂଟ, ଏଣ୍ଟରଟେନମେଂଟ, ଏଣ୍ଟରଟେନମେଂଟରେ ଚାଲୁଥିଲା, ସେହିଭଳି ଓଡ଼ିଶାରେ ୩ ଟି
ସ୍କାମରେ ଚାଲୁଛି କହିଛି
କଂଗ୍ରେସ । ସରକାରୀ ସ୍କାମ, ବିଜେପି ସ୍କାମ, ଓ
ଆରଏସଏସ ସ୍କାମ ନେଇ ଓଡିଶା
ଚାଲିଛି ବୋଲି ଅଭିଯୋଗ
ଆଣିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି
ସାହୁ । ଆରଏସଏସ ଓ ବିଜେପି
କାର୍ଯ୍ୟକର୍ତ୍ତାଙ୍କୁ ଓ ତାଙ୍କ
ପିଲାଙ୍କୁ ଏହି ପରୀକ୍ଷାରେ ପାସ
କରେଇବାକୁ ମୋହନ ସରକାର ଏଭଳି
ପ୍ରୟାସ କରିଥିବା ଅଭିଯୋଗ ଆଣିଲା କଂଗ୍ରେସ । ସେପଟେ
ଛାତ୍ର କଂଗ୍ରେସ ନେତା ଅଭିଯୋଗ କରିଛନ୍ତି
ଯେ କେବଳ ବଣିକ ଗ୍ରୁପ ମଧ୍ୟ ଏହି
ସ୍କାମରେ ମାଷ୍ଟର ମାଇଣ୍ଡ ।
ଅନେକ୍ ପିଲାଙ୍କ ନାଁ ଏହି
ସ୍କାମରେ ରହିଛି, ବଣିକର ମାଲିକ ବିଜେଡି
ନେତା । ତାଙ୍କୁ ଯାଞ୍ଚ କରିବେ
କି ସରକାର ବୋଲି ପ୍ରଶ୍ନ ଉଠାଇଛି
କଂଗ୍ରେସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା