ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 4 ଅକ୍ଟୋବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମ ସେନାନୀ ଶ୍ୟାମଜୀ କୃଷ୍ଣ ଵ
ମହାନ ସ୍ୱାଧୀନତା ସଂଗ୍ରାମୀ     ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 4 ଅକ୍ଟୋବର (ହି.ସ.)- ମହାନ ସ୍ୱାଧୀନତା

ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

। ଏନେଇ ସୋସିଆଲ ମିଡିଆ ଏକ୍ସ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମ

ସେନାନୀ ଶ୍ୟାମଜୀ କୃଷ୍ଣ ଵର୍ମାଙ୍କ ଜୟନ୍ତୀରେ ତାଙ୍କୁ ସାଦର ନମନ କରୁଛି। ଶ୍ୟାମଜୀ କୃଷ୍ଣ

ଵର୍ମା ଲଣ୍ଡନରେ ଇଣ୍ଡିଆ ହାଉସ ସ୍ଥାପନ କରି ଅନେକ କ୍ରାନ୍ତିକାରୀଙ୍କୁ

ସ୍ୱାଧୀନତା ସଂଗ୍ରାମ ପାଇଁ ସଂଘଟିତ କରିଥିଲେ ଓ ଦେଶପ୍ରେମର ଜ୍ୟୋତି ପ୍ରଜ୍ଜ୍ୱଳିତ କରିଥିଲେ।

ବିଦେଶରେ ରହିଥିଲେ ମଧ୍ୟ ସେମାନେ ତାଙ୍କ ସମଗ୍ର ଜୀବନ ଭାରତ ମାତାଙ୍କ ସ୍ୱାଧୀନତା ପାଇଁ

ଉତ୍ସର୍ଗ କରିଥିଲେ। ତ୍ୟାଗ, ଦେଶନିଷ୍ଠା ଓ

ସ୍ୱରାଜ ପ୍ରତି ଅତୁଟ ଆସ୍ଥା ଭରିଥିବା ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ବିଶାଳ

ପ୍ରେରଣାସ୍ରୋତ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande