ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ । ଭୂସ୍ଖଳନ ପାଇଁ ସରକାର
କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ
ଗୁଡିକୁ ଚିହ୍ନଟ କରାଯିବ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
ସୂଚନା ଦେଇଛନ୍ତି । ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି
ଲୋକଙ୍କର ମୃତ୍ୟୁ ହେବ ନାହିଁ । ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା