ବର୍ଷା ଯୋଗୁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ପ୍ରଭାବିତ
ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ ଟି ଗାଁ ପାଣି
ବର୍ଷା ଯୋଗୁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି     ଜିଲ୍ଲା ପ୍ରଭାବିତ


ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)- ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା

ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା

ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ ଟି ଗାଁ

ପାଣି ଘେରରେ ଥିଲା । ଲୋକଙ୍କ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ବୋଲି ରାଜସ୍ୱ ଓ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ବର୍ଷା ଯୋଗୁଁ ଗଜପତି

ଜିଲ୍ଲା ସବୁଠୁ ଅଧିକ ଗଜପତି ପ୍ରଭାବିତ ହେଲା । ଜଣେ ଲୋକଙ୍କର ମୁଣ୍ଡରେ ପଥର ବାଜିବା ଫଳରେ

ମୃତ୍ୟୁ ହେଲା ଏବଂ ଆଉ ଆଉ ଜଣଙ୍କର ପୋଷ୍ଟ ମର୍ଟମ ପରେ କେମିତି ମୃତ୍ୟୁ ହେଲା ଜଣାପଡିବ । ଏତେ

ବଡ଼ ଭୁସ୍ଖଳନ ହେଲା ଯେ, ରାତି ସାରା ଦୁଇ ଜଣ ଲୋକ

ମାଟି ପଥର ତଳେ ଦବି ରହିଗଲେ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଦୁଇ ଦିନ ରହି ଉଦ୍ଧାର

କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande