ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)-ଦଶହରା ପରେ ବିଏମସି
ପକ୍ଷରୁ ଗଣସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । ମାଆଙ୍କ ଭଷାଣି ଉତ୍ସବ ପରେ ପୂଜାମଣ୍ଡପ ପରିସର
ଅପରିଷ୍କାର ହୋଇ ପଡିରହିଛି। ଭଷାଣି ଶୋଭାଯାତ୍ରାରେ ବ୍ୟବହୃତ ଆତସବାଜି, ସାଜସଜ୍ଜା, ପୂଜା ସାମଗ୍ରୀ ଭଳି ଅନେକ
ଆବର୍ଜନା ମଣ୍ଡପ ପରିସରରେ ଏଣେ ତେଣେ ପଡି ରହିଥିଲା। ବର୍ଷା ଫଳରେ ପରିବେଶ ଆହୁରି ଅପରିଷ୍କାର
ହୋଇଥିଲା। ସକାଳୁ ସକାଳୁ ସେସବୁକୁ ସଫା କରିଛି ବିଏମସି। ବିଏମସି ପକ୍ଷରୁ ପ୍ରତି ରବିବାର
ଗଣସଫେଇ କରାଯାଉଥିବା ବେଳେ ଆଜି ଶନିବାର ଏହି କାର୍ଯ୍ୟକ୍ରମ କରାଯାଇଛି। ସହିଦନଗର ପୂଜାମଣ୍ଡପ
ପରିସର ସମେତ ସହୀଦନଗର ଫାଣ୍ଡି ନିକଟରେ ଆବର୍ଜନା ସଫା କରାଯାଇଛି। ଫାଣ୍ଡି ପଛପଟେ ସରକାରୀ
ଜାଗାରେ ଜବରଦଖଲ ଥିବା କ୍ୟାବିନ ଉଛେଦ କରାଯାଇଛି। ବେଆଇନ ଭାବେ ରାସ୍ତାରେ ପାର୍କିଂ ହୋଇଥିବା
ଗଡ଼ିଗୁଡିକୁ ବି ହଟାଯାଇଛି। ମେୟର ନିଜେ ଉପସ୍ଥିତ ରହି ସଫେଇ କାର୍ଯ୍ୟର ତଦାରଖ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା