ଜାରକା ଅଂଚଳରେ ସିରିଜ ଚୋରୀ : ଅଭିଯୁକ୍ତଙ୍କ ନିକଟରେ ପଂହଚି ପାରୁ ନି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ
ଧର୍ମଶାଳା,୪ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ନିକଟସ୍ଥ ଜାମୁବଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ କବାଟ ତାଲା ଓ ଝରକା ଗ୍ରୀଲ କାଟି ସିରିଜ ଚୋରି କରିଛନ୍ତି । ସୂଚନା ମୁତାବକ ଜାମୁବଣିଆ ଗ୍ରାମରେ ଦୁଇମହାଲା କୋଠା ଘରେ ରହୁଥିବା ଭାନୁଦେବ ପତି ଦୁର୍ଗା ପ
ଜାରକା ଅଂଚଳରେ ସିରିଜ ଚୋରୀ : ଅଭିଯୁକ୍ତଙ୍କ ନିକଟରେ ପଂହଚି ପାରୁ ନି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ


ଧର୍ମଶାଳା,୪ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ନିକଟସ୍ଥ ଜାମୁବଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ କବାଟ ତାଲା ଓ ଝରକା ଗ୍ରୀଲ କାଟି ସିରିଜ ଚୋରି କରିଛନ୍ତି । ସୂଚନା ମୁତାବକ ଜାମୁବଣିଆ ଗ୍ରାମରେ ଦୁଇମହାଲା କୋଠା ଘରେ ରହୁଥିବା ଭାନୁଦେବ ପତି ଦୁର୍ଗା ପୂଜା ପାଳନ ପାଇଁ ସପରିବାର ନିଜ ପୈତୃକ ଘର ରାମଚନ୍ଦ୍ରପୁର ଯାଇଥିବା ବେଳେ ତାଙ୍କ ତଳମାହାଲାରେ ଭଡା ସୂତ୍ରରେ ରହୁଥିବା ବାଙ୍କ ସାହି ଗ୍ରାମର ପ୍ରଦ୍ୟୁମ୍ନ ନାୟକ ଶ୍ରାଦ୍ଧ କାମରେ ସପରିବାର ଗାଁକୁ ଯାଇଥିଲେ । ଉଭୟ ତଳମହଲା ଓ ଉପରମହଲାରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତମାନେ ଗେଟ ତାଲା ଭାଙ୍ଗି ଘର ପରିସରକୁ ଯାଇ କବାଟ ତଲା ଭାଙ୍ଗି ଘରେ ପଶି ଭାନୁ ଦେବଙ୍କ ଘରୁ ୧୩ ଭରି ସୁନା ଅଳଙ୍କାର ଓ ପ୍ରଦୁମ୍ନଙ୍କ ଘରୁ ୫ ଭରି ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି ସେଠାରେ ଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ଚନ୍ଦ୍ରମଣି ନାୟକଙ୍କ ଘରେ ପଶି ୨୦ ଭରିରୁ ଉର୍ଦ୍ଧ ରୁପା ଅଳଙ୍କାର ଚୋରୀ କରିନେଇଛନ୍ତି । ଏଭଳି ସିରିଜ ଚୋରୀ ଧର୍ମଶାଳା ଥାନା ଅଂଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ପାଖ ପଡୋଶୀଙ୍କ ଠାରୁ ଘରର ତାଲା ଭାଙ୍ଗିଥିବା ଖବର ପାଇ ଘର ମାଲିକ ଭନୁଦେବ ପହଂଚିି ଚୋରୀ ହୋଇଥିବା ଜାଣିବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଚନ୍ଦ୍ରମଣି ନାୟକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ୬୨୧/୨୫ ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଁଚି ି ସନ୍ଧାନୀ କୁକୁର ଓ ସାଇନଟିିଫିକ ଟିମ ସହାୟତାରେ ତଦନ୍ତ ଚଳାଇଥିଲେ ହେଁ ଦୁର୍ବୁତଙ୍କ କୌଣସି ଟେର ପାଇପାରି ନାହାଁ । ଅନ୍ୟପକ୍ଷରେ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ୪ଜଣ ଦୁର୍ବୁତ ଏହି ଲୁଟ ଘଟଣାରେ ସମ୍ପୃକ୍ତ ଥିବାର ଦୃଶ୍ୟ କଏଦ ହୋଇଛି । ଘର ମାଲିକ ଭାନୁଦେବ ନିଜ ଝିଅ ବାହାଘର ପାଇଁ ବଡ଼ କଷ୍ଟରେ ସାଇତି ରଖିଥିବା ସମସ୍ତ ସୁନା ଅଳଙ୍କାର ଲୁଟ ହୋଇଯିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଗତ କିଛି ମାସ ହେବ ଧର୍ମଶାଳା ଥାନା ଓ ଏହାର ଆଖ ପାଖ ଅଞ୍ଚଳରେ ବାରମ୍ବାର ଚୋରି କରିବାରେ ଦୁର୍ବୁତ ମାନେ ସଫଳ ହେଉଛନ୍ତି । ହେଲେ ପୁଲିସ କେବଳ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଚୋରମାନଙ୍କୁ ଧରିବାରେ ଅସଫଳ ହୋଇଛି । କିଛି ଦିନ ବ୍ୟବଧାନ ପରେ ପୁଣି ଜାରକା ଅଂଚଳରେ ପୁଣି ଚୋରୀ ହେବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande