ଆଟଗାଁ ର ଦୁର୍ଗା ପୂଜନୋତ୍ସବ
ବଲାଙ୍ଗିର, ୫ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ୯୭ତମ ଦୁର୍ଗାପୂଜା ଅବସରରେ ତା.୩୦.୦୯.୨୦୨୫ ରୁ ତା.୦୨.୧୦.୨୦୨୫ ରିଖ ୩ ଦିନ ବ୍ୟାପି ଦୁର୍ଗା ପୂଜା ମହୋତ୍ସବ ଆଟଗାଁ ୨୦୨୫ ହୋଇଥିଲା । ରାବଣ ଦରବାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥି ଭାବେ ସୂଚନା ଅଧିକାରୀ କର୍ମୀ ନିଳମଣି ଯୋ
ଆଟଗାଁ ର ଦୁର୍ଗା ପୂଜନୋତ୍ସବ


ଆଟଗାଁ ର ଦୁର୍ଗା ପୂଜନୋତ୍ସବ


ବଲାଙ୍ଗିର, ୫ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ୯୭ତମ ଦୁର୍ଗାପୂଜା ଅବସରରେ ତା.୩୦.୦୯.୨୦୨୫ ରୁ ତା.୦୨.୧୦.୨୦୨୫ ରିଖ ୩ ଦିନ ବ୍ୟାପି ଦୁର୍ଗା ପୂଜା ମହୋତ୍ସବ ଆଟଗାଁ ୨୦୨୫ ହୋଇଥିଲା । ରାବଣ ଦରବାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥି ଭାବେ ସୂଚନା ଅଧିକାରୀ କର୍ମୀ ନିଳମଣି ଯୋଷୀ, ସମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ପୂର୍ବତନ ସୈନିକ ଚମାର ସିଂ ଭୋଇ, ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି କମିଟି ଆଟଗାଁ କାଳିନ୍ଦ୍ରି, କୋଶଳୀ କବି ପ୍ରମୁଖ ମଂଚାସିନ ଥିଲେ ଏବଂ ବଲାଙ୍ଗିର ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହୀଦ ଧରମ ସିଂ ମାଝି ମାନ୍ଧାତା ଅମଳରୁ ଏହି ଦୁର୍ଗା ପୂଜା ଆରମ୍ଭ ହୋଇଥିଲା । ଏ ଅଂଚଳର ଗାଥା ଓ ପ୍ରଥାକୁ ବଂଚାଇ ରଖିବା ପାଇଁ ଯୁବ ଗୋଷ୍ଠୀ ଠାରୁ ସମସ୍ତେ ଏକତ୍ରିତ ହେବା ପାଇଁ ସନ୍ଦେଶ ଦେଇଥିଲେ । ମଂଚ ପରିଚାଳନା ସଂଗ୍ରାମ ରଣା କରିଥିଲେ । ଅସତ୍ୟର ସତ୍ୟ ବିଜୟୀ ପାଇଁ ରାବଣ ପୋଡି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଦୁର୍ଗା ପୂଜା ର କର୍ତ୍ତା କମଳ କୁମାର ସା ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ସା ଓ ପୂଜକ ଭାବରେ ବିଜୟ କୁମାର ମିଶ୍ର ସମ୍ପାଦନ କରିଥିଲେ । ୩ ତାରିଖ ଦିନ ମା ଙ୍କ ଘଟ ବିସର୍ଜନ ଶାନ୍ତି ଶୃଙ୍ଖଳା ସହ ଭସାଣି ହୋଇଥିଲା ।

ଏ ବର୍ଷ ଦୁର୍ଗା ପୂଜାରେ ରାଜୁକାନ୍ତ ବାଗ, ସିପୁନ କୁମାର ବେହେରା, ବସନ୍ତ କୁମାର ଷାଣ୍ଢ, ପ୍ରଶାନ୍ତ ନାଏକ, ଶିବ ପରସାଦ ଦଲେଇ, ଗଙ୍ଗାଧର ବେହେରା, କ୍ଷୀରୋଦ ସାହୁ, ଶାନ୍ତନୁ କୁମାର ଠାକୁର ପ୍ରମୁଖ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande