ଏସଆଇ ପରୀକ୍ଷା ରେ ବଡ଼ ଦୁର୍ନୀତି ହୋଇଛି - ଭକ୍ତ ଦାସ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ଦାସ କହିଛନ୍ତି ଯେ ଏହି ମାମଲାରେ ସିବିଆଇ ନ ହେଲେ ନ୍ୟାୟିକ ତଦନ୍ତ ହେଉ । ସେ ପ୍ରଶ୍ନ କରିଛନ
ଏସଆଇ ପରୀକ୍ଷା ରେ ବଡ଼ ଦୁର୍ନୀତି ହୋଇଛି - ଭକ୍ତ ଦାସ


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ।

ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ଦାସ କହିଛନ୍ତି ଯେ ଏହି ମାମଲାରେ ସିବିଆଇ ନ ହେଲେ ନ୍ୟାୟିକ ତଦନ୍ତ ହେଉ । ସେ ପ୍ରଶ୍ନ କରିଛନ୍ତି ଯେ, ପ୍ରଶ୍ନ ପତ୍ର କେମିତି ଲିକ ହେଉଛି ।

ଶ୍ରୀ ଦାସ କହିଛନ୍ତି ଯେ, ବିଜେପି ସରକାର ରେ ସବୁଠି ଦୁର୍ନୀତି ହେଉଛି । ବିଗତ ସରକାର ରେ ଯେଉଁମାନେ ଚାବି ଧରିଥିଲେ ଆଜି ବି ତାଙ୍କ ହାତ ରେ ଚାବି ରହିଛି । ବିଜେପି ର ଓଡିଶା ରେ ୬ ମୁଖ୍ୟମନ୍ତ୍ରୀ । ତେଣୁ ଏଭଳି ସିଷ୍ଟମ ଚାଲିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande