ଶଙ୍କର ପୃଷ୍ଟି ହେଉ ବା ଆଉ କେହି ହୁଅନ୍ତୁ କାହାକୁ ଛଡା ଯିବନି – ବାବୁ ସିଂ
ଭୁବନେଶ୍ୱର, 5 ଅକ୍ଟୋବର (ହି.ସ.)ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଏସଆଇ ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂ ଏହା କହିଛନ୍ତି । ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ସିଂହ କହିଛନ
ଶଙ୍କର ପୃଷ୍ଟି ହେଉ ବା ଆଉ କେହି ହୁଅନ୍ତୁ କାହାକୁ ଛଡା ଯିବନି – ବାବୁ ସିଂ


ଭୁବନେଶ୍ୱର, 5 ଅକ୍ଟୋବର (ହି.ସ.)ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଏସଆଇ ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂ ଏହା କହିଛନ୍ତି ।

ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ସିଂହ କହିଛନ୍ତି ଯେ, ଶଙ୍କର ପୃଷ୍ଟି ବ୍ରହ୍ମପୁର ଯେଉଁ ଘରେ ଅଫିସ ଚଳାଉଥିଲା, ସେ ଘର କାହାର? ବିଜେଡ଼ି ନେତାଙ୍କ ଘର ନୁହଁ ତ?ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ ହେଉ। ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛାଡିବନି।

ସେ କହିଛନ୍ତି ଯେ, ଦୁର୍ନୀତି ତ ହେଉଥିଲା କିନ୍ତୁ ଧରାପଡିଲେ କେତେବେଳେ! ବିଜେପି ସରକାର ରେ । ଧରାପଡିଲେ। 2019, 2022 ରେ ଚାକିରୀ ଦୁର୍ନୀତି କଥା ଦେଖନ୍ତୁ। ଆଜି ଯେଉଁମାନେ ଚାକିରୀ କରିଛନ୍ତି, କେମିତି କରିଛନ୍ତି। 118 ଜଣ ଧରାପଡିଲେଣି। କେବଳ ଛୋଟ ମାଛ ନୂହେଁ ବଡ ମାଛ ଙ୍କ ସମୟ ଆସୁଛି। ଗୋଟିଏ ପଞ୍ଚାୟତ ର 25 ଜଣ ପିଲା ଚାକିରୀ ପାଇଥିଲେ ବିଗତ ଦିନରେ। ଅତୀତର ସରକାର ରେ ଦୁର୍ନୀତି ବଢିଥିଲା।

ସେ ପ୍ରଶ୍ନ କରିଛନ୍ତି, ସୁବ୍ରତ ଛାଟୋଇ କେଉଁ ଦଳର! ସେ ବିଜେଡ଼ି ର। ବିଜେଡ଼ି ନେତା ତାଙ୍କୁ ଛତା ଧରି ସୁରକ୍ଷା ଦେଉଥିଲେ। 50 ରୁ 60 ପ୍ରତିଶତ ଚାକିରି ଗୋଟିଏ ସଂସ୍ଥା ରୁ ପାଉଥିଲେ। କେବଳ si ନୁହଁ ବିଗତ ସରକାର ସମୟରେ ଅନେକ ନିଯୁକ୍ତି ରେ ସେଇ ସଂସ୍ଥା ରୁ ପିଲା ଦୁର୍ନୀତି ମାଧ୍ୟମରେ ଚାକିରି ପାଇଛନ୍ତି। ବିଗତ ସରକାର ଏ ଚାକିରି ଦୁର୍ନୀତି ବାଟ ଦେଖାଇଥିଲା ଆମ ସରକାର ସେ ବାଟ ବନ୍ଦ କରୁଛି।

ସେ କହିଛନ୍ତି ଯେ ମୁହଁ ଘୋଡାଇ ବାକୁ ବିଜେଡ଼ି ଆନ୍ଦୋଳନ କରିବ। ଫଟୋ କାହା ସହିତ ଯଦି ଥାଏ ତାକୁ ନେଇ ବିଜେଡ଼ି ରାଜନୀତି କରୁ ଥାଏ ତେବେ ତାଙ୍କ ଦଳର ଅଧେ ନେତା ବନ୍ଧା ହେବେ। ବହୁ ଅପରାଧି ଙ୍କ ସହିତ ବିଜେଡ଼ି ନେତାଙ୍କ ଫଟୋ ଅଛି ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande