ଭୁବନେଶ୍ୱର, , 5 ଅକ୍ଟୋବର (ହି.ସ.)ଦେଶର ସ୍ୱାଧୀନତା ସଂଗ୍ରାମରେ ବାଜି ରାଉତ ସର୍ବ କନିଷ୍ଠ ସହିଦ୍, ମାତ୍ର ଏଗାର ବର୍ଷ ବୟସରେ ସେ ଦେଶ ପାଇଁ ବ୍ରିଟିଶ୍ ପୋଲିସ୍ ଗୁଳି ଖାଇଥିଲେ । ଜାତୀୟ ସ୍ତରରେ ତାଙ୍କୁ ଯେଉଁ ସ୍ଥାନ ମିଳିବା କଥା ତାହା ମିଳିପାରି ନାହିଁ, ଆଜି ତାଙ୍କ ଜନ୍ମଦିନରେ ତାଙ୍କ ଜୀବନୀ ଓ ତ୍ୟାଗକୁ ଭାରତ ସରକାରଙ୍କ ଏନ୍.ସି.ଇ.ଆର.ଟି. ବହିରେ ସ୍ଥାନ ଦେବା ଓ ତାଙ୍କ ନାମରେ ନୂଆ ଦିଲ୍ଲୀରେ ଏକ ଶିଶୁ ଉଦ୍ୟାନକୁ ନାମିତ କରବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା