ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) କଟକରେ ଦୁର୍ଗା ମେଢ ଭଷାଣୀ ବେଳେ ପଥର ଫିଙ୍ଗା ଘଟଣା ପରେ ଉତ୍ପନ୍ନ ହୋଇଥିବା ଉତେଜନାମୂଳକ ପରିସ୍ଥିତି ପରେ କଟକରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖା ଯାଇଛି । କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା ଲଗା ଯାଇଛି । । ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଲାଗିଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍ ୨୪ ଘଣ୍ଟା ପାଇଁ ବନ୍ଦ । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ ହୋଇଛି । ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ