ଦୋଳପୂଜା ସାଂସ୍କୃତିକ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, ୫ ଅକ୍ଟୋବର (ହି.ସ.)- କେନ୍ଦୁଝର ସ‌ହର ନିକଟସ୍ଥ ସ୍ଥାନୀୟ ବଡ଼ ଘାଗରା ଠାରେ ଦୋଳପୂଜା ସାଂସ୍କୃତିକ କମିଟି ତରଫରୁ ଆଗାମୀ ବର୍ଷର ଦୋଳପୂଜାରେ କିପରି ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥି ନିମନ୍ତେ କମିଟିର ସଭାପତି ପ୍ରଭଞ୍ଜନ ପଟ୍ଟନାୟକ, ସମ୍ପାଦକ ସୁରେନ୍ଦ୍ର ଦା
ଦୋଳପୂଜା ସାଂସ୍କୃତିକ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କେନ୍ଦୁଝର, ୫ ଅକ୍ଟୋବର (ହି.ସ.)-

କେନ୍ଦୁଝର ସ‌ହର ନିକଟସ୍ଥ ସ୍ଥାନୀୟ ବଡ଼ ଘାଗରା ଠାରେ ଦୋଳପୂଜା ସାଂସ୍କୃତିକ କମିଟି ତରଫରୁ ଆଗାମୀ ବର୍ଷର ଦୋଳପୂଜାରେ କିପରି ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥି ନିମନ୍ତେ କମିଟିର ସଭାପତି ପ୍ରଭଞ୍ଜନ ପଟ୍ଟନାୟକ, ସମ୍ପାଦକ ସୁରେନ୍ଦ୍ର ଦାସ, ଜିଲ୍ଲା ଠିକାଦାର ସଙ୍ଘର ସମ୍ପାଦକ ତଥା ସମାଜସେବି ଅନୁପ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ବୀରେନ୍ଦ୍ର କୁମାର ପଟ୍ଟନାୟକ, ବିଧାନ ପଟ୍ଟନାୟକ, ଅନୁର୍ଯ୍ୟାମୀ ପତୀ, ଆଦିତ୍ୟ ପ୍ରକାଶ ବେଜ, ଅମର କୁମାର ପଟ୍ଟନାୟକ, ପ୍ରଭୁପଦ ମିଶ୍ର, ବିଶ୍ବଜିତ ପଟ୍ଟନାୟକ, ଯତୀନ୍ଦ୍ର କୁମାର ଜେନା, ବୁର୍ଲା ପାଢ଼ୀ, ବିଶ୍ବନାଥ ବାରିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥୂଲେ। ସାଂସ୍କୃତିକ କମିଟିର ସମସ୍ତ ସଦସ୍ୟ ମାନଙ୍କ ଦ୍ବାରା ସର୍ବସମ୍ମତୀ କ୍ରମେ ନିଷ୍ପତି ନିଆଗଲା, ଆଗାମୀ ୨୦୨୬ ମସିହା ମାର୍ଚ୍ଚ ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ପୁରୁଣା ସହରର ଦୋଳ ମଞ୍ଚରେ ଓଡିଶାର ଲୋକପ୍ରିୟ ଅପେରା ରୟାଲ ଓଡିଶା ଦ୍ବାରା ଅପେରା ହେବା ସହ ମିନାବଜାର ମଧ୍ଯ ପଡିବ ବୋଲି କମିଟିର କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande