କେନ୍ଦୁଝର, 5 ଅକ୍ଟୋବର (ହି.ସ.) ଆଜି ଗୁଣ୍ଡିଚାଘାଘି ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ଙ୍କ ପରିଚୟ ହେଉଛି ହରିଚନ୍ଦନପୁର ଦଲକି ସାହି ଅଞ୍ଚଳର ଜଣେ ଡ୍ରାଇଭର ଭାଇ, ଯିଏ କି ପାରାଦୀପ ରେ ଗାଡ଼ି ଚଲାଉଥିଲେ।
ଛୁଟି ଅବସରରେ ସେ ଗତ କିଛି ଦିନ ତଳେ ଘରକୁ ଆସିଥିଲେ। ଆଜି ପ୍ରଭାତ ସମୟରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଗୁଣ୍ଡିଚାଘାଘି ନଦୀ ପାରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ସେ ପାଣିରେ ଖସିଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସ୍ଥଳରେ ଉପସ୍ଥିତ ସାଙ୍ଗମାନେ ତୁରନ୍ତ ସ୍ଥାନୀୟ ଲୋକ ଓ ଦମକଳବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳବାହିନୀ ଦଳ ଘଟଣାସୁଳକୁ ପହଞ୍ଚି ବ୍ୟାପକ ତଲାଶି ଅଭିଯାନ ଆରମ୍ଭ କରିଛନ୍ତି। ତଥାପି ବିକାଳ ପର୍ଯ୍ୟନ୍ତ ନିଖୋଜ ଯୁବକ ଙ୍କ କୌଣସି ଖୋଜ ଖବର ମିଳିନାହିଁ।
ସ୍ଥାନୀୟ ଲୋକମାନେ କୁହୁଛନ୍ତି ଯେ ଗୁଣ୍ଡିଚାଘାଘି ନଦୀର ଏହି ଅଞ୍ଚଳରେ ପାଣିର ଗଭୀରତା ବେଳେବେଳେ ବଢ଼ିଯାଏ, ଯାହାକୁ ଅନେକେ ଅନୁମାନ କରିପାରୁନାହାନ୍ତି। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଏପରି ଅଘଟଣ ଘଟିଥିବା ଥୁବା ସ୍ଥାନୀୟ ଲୋକ ମନେ ପକାଇଛନ୍ତି।
ନିଖୋଜ ଯୁବକ ଙ୍କ ପରିବାର ଏବେ ଭାରୀ ଅସ୍ତିର ଓ ବିୟୋଗକୁ ସହିବାରେ ଅସମର୍ଥ। ସ୍ଥାନୀୟ ପୁଲିସ ମଧ୍ଯ ଘଟଣାସୁଳକୁ ପହଞ୍ଚି ତଦନ୍ତ କରୁଛନ୍ତି ଓ ଦମକଳ ଦଳ ସହ ଯୁକ୍ର ହୋଇ ଖୋଜାଖୋଜି ଜାରି ରଖୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA