ଛଅମୌଜା ବିଦ୍ୟାଧରପୁର ବିଦ୍ୟାପୀଠରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଧର୍ମଶାଳା, ୫ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ଛଅମୌଜା ବିଦ୍ୟାଧରପୁର ବିଦ୍ୟାପୀଠରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ତରୁଣ କୁମାର ବଳିଆର ସିଂହଙ୍କ ଉଦ୍ଦେଶ୍ୟରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭ
ଛଅମୌଜା ବିଦ୍ୟାଧରପୁର  ବିଦ୍ୟପୀଠରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଧର୍ମଶାଳା, ୫ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ଛଅମୌଜା ବିଦ୍ୟାଧରପୁର ବିଦ୍ୟାପୀଠରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ତରୁଣ କୁମାର ବଳିଆର ସିଂହଙ୍କ ଉଦ୍ଦେଶ୍ୟରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତରୁଣ କୁମାର ସାମଲଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଦୀର୍ଘ ୩୨ ବର୍ଷ ଧରି ମଣିଷ ତିଆରି କାରଖାନାରେ ଅନେକ ଛାତ୍ରଛାତ୍ରୀମାନଙ୍କୁ ଗଢି ତୋଳିବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଯୋଗ ଦେଇଥିଲେ । ବିଦାୟୀଶିକ୍ଷକ ଶ୍ରୀ ବଳିଆରସିଂହଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ବାସଭାବନକୁ ପାଚ୍ଛୋଟି ନିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande