ରାସ୍ତାରେ ଆସୁଥିବା ଚାଷୀଙ୍କୁ ଦୃତ ଗତିରେ ଆସୁଥିବା ବାଇକ୍ ଧକ୍କା ରେ ମୃତ୍ୟୁ
ବଲାଙ୍ଗିର, 5 ଅକ୍ଟୋବର (ହି.ସ.)ବଲାଙ୍ଗୀର ଚୁଡାପାଲି ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଜଣେ ଚାଷୀ ନିଜ ଚାଷ ଜମିକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚାଷୀଜଣଙ୍କ ହେଲେ କଷ୍ଟ
ରାସ୍ତାରେ ଆସୁଥିବା ଚାଷୀଙ୍କୁ ଦୃତ ଗତିରେ ଆସୁଥିବା ବାଇକ୍ ଧକ୍କା ରେ ମୃତ୍ୟୁ


ବଲାଙ୍ଗିର, 5 ଅକ୍ଟୋବର (ହି.ସ.)ବଲାଙ୍ଗୀର ଚୁଡାପାଲି ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଜଣେ ଚାଷୀ ନିଜ ଚାଷ ଜମିକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚାଷୀଜଣଙ୍କ ହେଲେ କଷ୍ଟ କୁମୁରା (୫୮)l ଦ୍ରୁତ ଗତିରେ ଆସୁଥିବା ବାଇକ ଚାଷୀଙ୍କୁ ଧକ୍କା ଦେଇ ପ୍ରାୟ ୨୦ ମିଟର ଦୂର ଯାଏ ଘୋଷାଡ଼ି ନେଇଥିବା ଉପସ୍ଥିତ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନାନୁଯାୟୀ, ବାଇକରେ ଦୁଇ ଜଣ ଥିଲେ। ସେମାନେ ବଲାଙ୍ଗୀର ରେଲୱେ ଷ୍ଟେଶନକୁ ଆସୁଥିଲେ। ଷ୍ଟେଶନରେ ବାଇକ ରଖିଦେଇ ଟ୍ରେନ୍‌ରେ ଝାରସୁଗୁଡ଼ା ଯିବାର ଥିଲା। ସେମାନେ ଷ୍ଟେସନରେ ଶୀଘ୍ର ପହଞ୍ଚିବା ପାଇଁ ସ୍ପିଡରେ ଗାଡ଼ି ଚଳାଇ ଆସୁଥିବା ସ୍ଥlନୀୟ ଲୋକେ କହିଛନ୍ତି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। ଦୁର୍ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande