ସମ୍ବଲପୁର, ୦୫ ଅକ୍ଟୋବର (ହି.ସ.) ସ୍ଥାନୀୟ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ଚଳିତ ମାସର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଭାଷାବିଦ୍ ତଥା ଗବେଷକ ସ୍ବର୍ଗତ ପ୍ରହଲ୍ଲାଦ ପ୍ରଧାନ ଏବଂ ପ୍ରମୁଖ ସଙ୍ଗଠକ ମନସ୍ବୀ ସାହୁଙ୍କର ଜନ୍ମ ମାସରେ ଉଭୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସମ୍ବଲପୁର କୁଲତା ସମାଜର ସଙ୍ଗଠକ ଭାବେ ସମାଜକୁ ଏକଜୁଟ କରିବା ସହ ଦୀର୍ଘ ବର୍ଷ ଧରି ଜଣେ ଦକ୍ଷ ସଭାପତି ଭାବେ ସେ କାର୍ଯ୍ଯ କରିଥିଲେ ବୋଲି ଉପସ୍ଥିତ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ସମାଜରେ ଶିକ୍ଷା ସ୍ବାସ୍ଥ୍ୟର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତା ମାନେ କହିଥିଲେ । ମାରାତ୍ମକ ସିକିଲ ସେଲ ରୋଗର ନିରାକରଣ ପାଇଁ ତାଙ୍କ ପ୍ରଚେଷ୍ଟାରେ ୨୦୦ ଗାଁରେ ୮୦୦୦ ସିକିଲ ସେଲ ଟେଷ୍ଟ କରାଇ କରାଯାଇଥିଲା ବୋଲି ବକ୍ତା ମାନେ ମତ ଦେଇଥିଲେ । ସମ୍ବଲପୁର କୁଲତା ସମାଜ ଗଠନ, ରାମଚଣ୍ଡୀ ସେବା ସଦନ, ରଣେଶ୍ୱର ରାମଚଣ୍ଡୀ ମନ୍ଦିର ର୍ନିମାଣ, କୁଲତା ଛାତ୍ରାବାସ ସ୍ଥାପନରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା । ମାଟ୍ରିକ ପରୀକ୍ଷାରେ ୮୦% ରଖଥିବା ଛାତ୍ର ଛାତ୍ରୀ ଏବଂ ଚାଷୀଙ୍କୁ ସମ୍ବର୍ଦ୍ଧନା ଦେବାରେ ତାଙ୍କର ପ୍ରମୁଖ ଭୁମିକା ରହିଥିଲା । ସେହିପରି ବିଶିଷ୍ଟ ଗବେଷକ ତଥା ୧୬ ଟି ଭାଷାରେ ଦକ୍ଷତା ରଖତ୍ଥିବା ଭାଷାବିଦ ପ୍ରହଲ୍ଲାଦ ପ୍ରଧାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଥିଲା । ବୌଦ୍ଧ ଇତିହାସ ଉପରେ ଗବେଷଣା, ପୁରୀ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାଯର୍ୟ ଏବଂ ପାଲି ଏବଂ ପ୍ରାକୃତ ଭାଷାରେ ଗବେଷଣା ତାଙ୍କୁ ସବୁଦିନେ ଅମର କରି ରଖତ୍ବ ବୋଲି ବକ୍ତା ମାନେ ମତ ଦେଇଥିଲେ । ଚାଷୀ ପରିବାରରେ ଜନ୍ମଗ୍ରହଣ କରି ସେ ସଂସ୍କୃତ ଭାଷାରେ ଦେଶର ଜଣେ ପ୍ରଖ୍ୟାତ ପଣ୍ଡିତ ହୋଇପାରିଥିଲେ । ପଶ୍ଚମ ସଡିଶାରେ ରହିଥିବା ବୌଦ୍ଧ ଇତିହାସକୁ ସେ ଚୀନଯାଇ ସେଠାକାର ଅନୁବାଦୀତ ଗ୍ରନ୍ଥ ଗୁଡିକରୁ ତଥ୍ୟ ସଂଗ୍ରହ କରି ପ୍ରକାଶିତ କରି ପାରିଥିଲେ । ପାଲି ଏବଂ ପ୍ରାକୃତ ଭାଷାରେ ରହିଥିବା ଶହଶହ ଗ୍ରନ୍ଥ ଗୁଡିକୁ ଅନୁବାଦିତ କରି ସେହି ସମୟର ଇତିହାସକୁ ଲୋକ ଲୋଚନକୁ ଆଣି ପାରିଥିଲେ ବୋଲି ବକ୍ତା ମାନେ ମତ ଦେଇଥିଲେ । ଏଭଳି ମହାପୁରୁଷଙ୍କ ଉତ୍ସର୍ଗୀକୃତ ଜୀବନ ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିଛି ବୋଲି ବକ୍ତାମାନେ ମତ ଦେଇଥିଲେ । ଦେବୀ ପ୍ରସାଦ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଲୀ କାଯର୍ୟକ୍ରମରେ କୁଲତା ସମାଜର ଉପସଭାପତି ଦେବୋତ୍ତମ ପ୍ରଧାନ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ଶିକ୍ଷାବିଦ ପ୍ରଦୀପ କୁମାର ସାହୁ, ଆନନ୍ଦ କୁମାର ପ୍ରଧାନ, ଦେବଦତ୍ତ ସାହୁ, ଅକ୍ଷୟ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସୁଦାମ ଭୋଇ, ଲିଙ୍ଗରାଜ ପ୍ରଧାନ, ଟଙ୍କଧର ବାରିକ,ସୁରେଶ ବେହେରା , ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ