ଗଞାମ, ୫ ଅକ୍ଟୋବର (ହି.ସ.)- ଛତ୍ରପୁର ପବ୍ଳିକ ସ୍କୁଲରେ ଆଜି ମଧ୍ଧାହ୍ନରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୧୫ତମ ଗଞାମ ଜିଲା ସମ୍ମିଳନୀ ହରପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଙ୍ଗତ ଇସକଫ ର ଆଜୀବନ ସଦସ୍ୟା ବିମଳା ମହାନ୍ତି(ପିତଳ) ଓ ଗୋବର୍ଦ୍ଧନ ପୂଜାରୀଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶୋକ ପ୍ରକାଶ କରାଯାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା ।
ପ୍ରଫୁଲ୍ଲ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ସଂପାଦକ ଜାନକୀବଲ୍ଳଭ ମହାନ୍ତି, ଆଡଭୋକେଟ ଭଗବାନ ସାହୁ ଅବନୀଗୟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜାତୀୟ ଇସକଫ ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡା, ସଂପାଦକ ବିଦେଶୀନାହାକ, ଡାକ୍ତର ହୃଷୀକେଶ ମହାନ୍ତି, ରଂକନିଧି ସ୍ୱାଇଁ, ଆଦିନାରାୟଣ, ରାଜେନ୍ଦ୍ର ଦାଶ, ଆଦିତ୍ଯନାରାୟଣ ମିଶ୍ର ପ୍ରମୁଖ ଇସକଫର ଲମ୍ବା ଇତିହାସ ଏବଂ ଇସକଫ କିପରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅହରହ ଉଦ୍ୟମ କରିବା ସହ ଦେଶ ଦେଶ ମଧ୍ୟରେ ଭାତୃତ୍ୱ ଓ ମୈତ୍ରୀଭାବ ସୃଷ୍ଟି କରୁଛି, ସେ ସଂପର୍କରେ ଉଦବୋଧନ ଦେବାସହ ଇସକଫକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବାକୁ ଗଠନମୂଳକ ପରାମର୍ଶ ଦେଇଥିଲେ। ଆଗାମୀ ଦିନ ପାଇଁ ଜିଲା ସଭାପତି, ଉପସଭାପତି, ସଂପାଦକ, ସହସଂପାଦକ ଓ ୨୩ ଜଣ ଜିଲାପରିଷଦ ସଭ୍ଯଙ୍କୁ ନିର୍ବାଚିତ କରିବା ପରେ ସମ୍ମିଳନୀ ଉଦଯାପିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ