ଜୟପୁର, ୫ ଅକ୍ଟୋବର (ହି.ସ.)-
ଆମେ ସମସ୍ତେ ସାଧାରଣରେ ଜାଣୁ କୁକୁଡ଼ାର ଦୁଇଟି ଗୋଡ଼ କିନ୍ତୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଗୋଟିଏ କୁକୁଡ଼ାର ଚାରୋଟି ଗୋଡ଼। ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ବୋରିଗୁମ୍ମା କୋଷାଗୁଡା ମେଘା ପୋଲୁଟ୍ରି ଫାର୍ମ ନାମକ କୁକୁଡ଼ା ଫାର୍ମରେ ଏଭଳି ବିସ୍ମୟ କୁକୁଡ଼ା ଦେଖିବାକୁ ମିଳିଛି। ଗତ କିଛିଦିନ ତଳେ ଛତିଶଗଡ଼ରୁ କୁକୁଡ଼ା ଗାଡ଼ି ଆସିଥିଲା ସେ କୁକୁଡ଼ା ମଧ୍ୟରୁ ଗୋଟିଏ କୁକୁଡ଼ାର ଚାରୋଟି ଗୋଡ଼ ଦେଖି ମାଲିକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଖବର ପ୍ରସାରିତ ହେବା ପରେ ଚାରି ଗୋଡ଼ ବିଶିଷ୍ଟ ଏହି କୁକୁଡ଼ାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି