ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ
ବଲାଙ୍ଗିର, ୫ ଅକ୍ଟୋବର (ହି.ସ.)- ସ୍ଥାନୀୟ ଦି ନିଉ ଲାଇଫ କନ୍‌ଫରେନ୍ସ ହଲ, ମଶନ କମ୍ପାଉଣ୍ଡ, ବଲାଙ୍ଗିର ଠାରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ ହୋଇଛି
ଆନ୍ତର୍ଜାତୀୟ ଗୁରୁ ଦିବସ ପାଳିତ


ଆନ୍ତର୍ଜାତୀୟ ଗୁରୁ ଦିବସ ପାଳିତ


ବଲାଙ୍ଗିର, ୫ ଅକ୍ଟୋବର (ହି.ସ.)-

ସ୍ଥାନୀୟ ଦି ନିଉ ଲାଇଫ କନ୍‌ଫରେନ୍ସ ହଲ, ମଶନ କମ୍ପାଉଣ୍ଡ, ବଲାଙ୍ଗିର ଠାରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ ହୋଇଛି l ଏଥିରେ ଉପଦେଷ୍ଟା ଆଚାର୍ଯ୍ୟ ସୁଚିତ୍ର ସୁନା, ମଧୁ ସୁଦନ ନାୟକ ଓ ଅଜିତ ମିଶ୍ରଙ୍କର ଆତିଥ୍ୟରେ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପଟେଲ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ରାଜ୍ୟ ଉପସଭାପତି ପ୍ରଶାନ୍ତ ପୁରୋହିତ, ବିପିନ ବୁଡେକ, ଭୀମସେନ ଦଣ୍ଡସେନା, ବସନ୍ତ ବୁଡେକ, ସଞ୍ଜିବ ଦୋରା, ଦୁର୍ଯ୍ୟୋଧନ ପଶାୟତ, ରଘୁନାଥ ଷଡଙ୍ଗି ପ୍ରମୁଖ ଜିଲ୍ଲା ସଂଘର ସଦସ୍ୟ ଉପସ୍ଥିତ ଥିଲେ । ସଭାରେ ଶିକ୍ଷକର ସ୍ୱ ଅନୁଶାସନ, କର୍ତ୍ତବ୍ୟ ପରାୟଣତା ବ୍ୟତିତ ସମାଜ ସଂସ୍କାର ରେ ତାର ଭୂମିକା ଉପରେ ଆଲୋଚନା ହୋଇଥିଲା ।

ଏହା ବ୍ୟତିତ ଇ.ଆଇ ରୁ ଆସୁଥିବା ଶିକ୍ଷକ ଅନୁୁଦାନର ଦୁରୁପଯୋଗ, ଭୁବନେଶ୍ୱର, ପୁରୀ ଓ କଟକ ଶିକ୍ଷକ ଭବନ ର ଦୂରାବସ୍ଥା ତଥା ଶିକ୍ଷକ ସଂଘରେ ବିଭାଜନ ଓ ପରସ୍ପର ବିରୋଧ କାର୍ଯ୍ୟକଳାପକୁ ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ଦୁଃଖ ପ୍ରକାଶ କରାଯାଇଥିଲା । ବିଭାଗ ଓ ସମାଜର ପ୍ରଗତି ସହ ମାନବୀୟ ମୁଲ୍ୟବୋଧର ସୁରକ୍ଷା ପାଇଁ ବ୍ରତି ହେବାକୁ ଏକ ଶପଥ ଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁପ୍ରଶାସନକୁ ଧନ୍ୟବାଦ ଦେଇଥିଲେ l ସଭାନେତ୍ରୀ ସଭା ସାଙ୍ଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande