ସାମ୍ବାଦିକ ପ୍ରଭାକର ପଟ୍ଟନାୟକଙ୍କ ଅକାଳ ବିୟୋଗ
ମୁଖୀଗୁଡା, ୫ ଅକ୍ଟୋବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣାର ବରିଷ୍ଠ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ(୫୧) ଙ୍କ ଅକାଳ ବିୟୋଗ ଘଟିଛି ।ଗତକାଲି ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ସକ୍ରିୟ ସଭ୍ଯ ସହ କଳାହାଣ୍ଡି ଜିଲ
ପ୍ରଭାକର


ମୁଖୀଗୁଡା, ୫ ଅକ୍ଟୋବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣାର ବରିଷ୍ଠ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ(୫୧) ଙ୍କ ଅକାଳ ବିୟୋଗ ଘଟିଛି ।ଗତକାଲି ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ସକ୍ରିୟ ସଭ୍ଯ ସହ କଳାହାଣ୍ଡି ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ରହିଥିଲେ। ଦୀର୍ଘ ବର୍ଷ ଧରି ସେ 'ଧରିତ୍ରୀ' ଖବରକାଗଜର ଜୟପାଟଣା ବ୍ଲକ ପ୍ରତିନିଧି ରହି ଅଞ୍ଚଳର ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରି ଆସୁଥିଲେ। ବଳଭଦ୍ର ମାଝୀ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ସମୟରେ ସେ ବିଧାୟକଙ୍କ ଜୟପାଟଣା ବ୍ଲକ ପ୍ରତିନିଧି ରହି ଜୟପାଟଣା ବ୍ଲକ ଅଞ୍ଚଳର ଅନେକ ବିକାଶମୂଳକ କାମ କରିଥିଲେ । ଏହାସହ ଗୀତା ଭବନ, ରାମମନ୍ଦିର ସହ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ରହି ବିକାଶ ପାଇଁ କାର୍ଯ୍ୟ କରି ଆସୁଥିଲେ।

ତାଙ୍କର ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମାଜସେବୀ ଶେଷଦେବ ବେହେରା, ପ୍ରବୀଣ ମୁଣ୍ଡ, ପ୍ରକାଶ ଦୁରିଆ, ରୁଦ୍ର ପାଣିଗ୍ରାହୀ, ବରିଷ୍ଠ କଂଗ୍ରସ ନେତା ହେମନ୍ତ ପଣ୍ଡା, ଗଙ୍ଗାଧର ପାତ୍ର, ଗଙ୍ଗା ମାଝୀ, ଭାରତେନ୍ଦୁ ବେହେରା, ଦିଲ୍ଲୀପ ବେହେରା, ସୁବାସ ମୁଣ୍ଡ, ପ୍ରବୀର ବେହେରା, ସମାଜ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡା, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସମ୍ପାଦକ କମ୍ବୁପାଣି ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓଙ୍କ ସମେତ ଜିଲ୍ଲା ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande