ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଳନ୍ ପାଇଁ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ
ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଳନ୍ ପାଇଁ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ
ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଳନ୍ ପାଇଁ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ


ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଳନ୍ ପାଇଁ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ


ସମ୍ବଲପୁର, ୦୫ ଅକ୍ଟୋବର (ହି.ସ.) ଆଜି ପୂର୍ବାହ୍ନରେ ସ୍ଥାନୀୟ ପାନ୍ଥନିବାସ ସ୍ଥିତ ବୀର ସୁରେନ୍ଦ୍ର ସାଏ ସମ୍ମିଳନୀ କକ୍ଷ ଠାରେ ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଳନ୍ ଆୟୋଜନ ସମିତିର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରଫେସର ରାଧାଗୋପାଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ପରିଚାଳନା କରିଥିଲେ । ଅତିଥି ଭାବେ ରାଧାମାଧବ ବହିଦାର, ସଞ୍ଜୟ କୁମାର ବାବୁ, ଶିବ ନାରାୟଣ ବେହେରା, ଜଗଦୀଶ ପାଣ୍ଡେ ପ୍ରମୁଖ ମଞ୍ଚାସୀନ ଥିଲେ | ଆବାହକ ପ୍ରଫେସର ରାଧେ ଗୋପାଳ ପ୍ରଧାନ ସଙ୍ଗଠନର ଏହି ମହାନ୍ ଲକ୍ଷ୍ୟ ଉଦ୍ଦେଶ୍ୟରେ ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନା କରିଥିଲେ | ସମ୍ମିଳନୀର ସଫଳ ଆୟୋଜନ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସଭାରେ ସର୍ବସମ୍ମତି କ୍ରମେ ଏକ କେନ୍ଦ୍ରୀୟ ପରିଚାଳନା ସମିତି ଗଠନ କରାଯାଇଥିଲା | ପଣ୍ଡିତ ଅମରନାଥ ମିଶ୍ର ନବଗଠିତ କେନ୍ଦ୍ରୀୟ ପରିଚାଳନା ସମିତି ଘୋଷଣା କରିଥିଲେ । କେନ୍ଦ୍ରୀୟ ସଭାପତି ଭାବରେ ପ୍ରଫେସର ରାଧାଗୋପାଳ ପ୍ରଧାନ, ଯୁଗ୍ମ ଉପ ସଭାପତି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଓ ଜଗଦୀଶ ପାଣ୍ଡେ , ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବାବୁ , ସଙ୍ଗଠନ ସମ୍ପାଦକ ରାଧାମାଧବ ବହିଦାର , ଯୁଗ୍ମ ସମ୍ପାଦକ ନେପାଳ ପ୍ରଧାନ ଓ ପଞ୍ଚାନନ କୈରାଲୀ , କୋଷାଧ୍ୟକ୍ଷ ଲିଙ୍ଗରାଜ ପ୍ରଧାନ , ମହିଳା ବିଭାଗ ଆବାହିକା ଡ଼ଃ ମାନସୀ କର ଏବଂ ଯୁବ ବିଭାଗର ଆବାହକ ଓମ୍ ପ୍ରକାଶ ସାହୁଙ୍କୁ ସର୍ବସମ୍ମତି କ୍ରମେ ଦାୟୀତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ସଭ୍ୟସଭ୍ୟା ଭାବରେ ସୁବେଦାର ମେଜର ଶିବ ନାରାୟଣ ବେହେରା, ପଣ୍ଡିତ ଅମରନାଥ ମିଶ୍ର, ସାବିତ୍ରୀ ପ୍ରଧାନ, ଭକ୍ତ ପ୍ରସାଦ ନନ୍ଦ, ସୁପ୍ରଭା ସାମଲ, ଲଲାଟ ଲୁହା, ଭାରତୀ ପଣ୍ଡା, ଡ଼ଃ ଦୀପେନ୍ ପଟ୍ଟନାୟକ, ଡ଼ଃ ସପନ୍ ମିଶ୍ର, ଭବାନୀଶ ଶଙ୍କର ଭୋଇ, ସରୋଜ କୁମାର ଦାଶ, ଦିବାକର ପ୍ରଧାନ, ପ୍ରିୟବ୍ରତ ବଣୁଆଁ, ସୁରେନ୍ଦ୍ର ସ୍ୱାଇଁ, ଯଜ୍ଞଗ୍ୟେନ୍ଦ୍ର ନାରାୟଣ ମିଶ୍ର, ଫଣୀନ୍ଦ୍ର ତାଣ୍ଡି, ଉପେନ୍ଦ୍ର ମହାପାତ୍ର, ରାମେଶ୍ୱର ପୁରୋହିତ, ନରେନ୍ଦ୍ର ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ରତ୍ନାକର ଭୋଇ ପ୍ରମୁଖ ରହିଛନ୍ତି |

ସମଗ୍ର ବିଶ୍ୱରେ ମାଁ ସମଲେଶ୍ୱରୀଙ୍କ ମହିମା ପ୍ରଚାର ପ୍ରସାର ମହାନ୍ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ଆଧ୍ୟାତ୍ମିକ ସମ୍ମିଳନୀ ପାଇଁ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ପାଣ୍ଠିକୁ ଅର୍ଥଦାନ କରିଥିଲେ | ଶେଷରେ ସମ୍ପାଦକ ସଞ୍ଜୟ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande