କେନ୍ଦୁଝର, ୫ ଅକ୍ଟୋବର (ହି.ସ.)- ଅଧୂଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ହୁଣ୍ଡିରୁ ୨୦ ଲକ୍ଷ ୮୧ହଜାର ୫୮୮ ଟଙ୍କା ଆୟ ହୋଇଛି। ଦେବୋତର ବିଭାଗ ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀ ମଙ୍ଗଲ ନାଏକଙ୍କ ଉପସ୍ଥିତିରେ ଏହି ଗଣନା କାର୍ଯ୍ୟ ସମ୍ପାଦନ ହୋଇଥିଲା। ସର୍ବମୋଟ ୧୩ଟି ହୁଣ୍ଡି ଖୋଲି ଗଣନା କରାଯାଇଛି। ନଗଦ ପଇସା ସହ ୪୭ ଗ୍ରାମ୍ ୭୧୦ ମିଲିଗ୍ରାମ୍ ସୁନା ଓ ୧ କେଜି ୮୨୨ଗ୍ରାମ୍ ୬ଶହ ମିଲିଗ୍ରାମ୍ ରୁପା ମଧ୍ୟ ମିଳିଛି। ବରିଷ୍ଠ କର୍ମଚାରୀ ଅବନୀ ଜେନା, ହରେକୃଷ୍ଣ ପଲେଇ, ଶରତ ବେହେରା, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତି ଦେହୁରୀ, ନବୀନ ମହାନ୍ତି, କାଳନ୍ଦୀ ମହାନ୍ତି, ତୁଷାରକାନ୍ତି ରାଉତ, ଲକ୍ଷ୍ମୀଧର ମହାନ୍ତି, ଦେବଦ ବଳ, ପରମେଶ୍ୱର ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତି ରାଉତ, ହରିହର ମହାନ୍ତି, ନାରାୟଣ ମୁଖୀ, ଗଗନ ବେହେରା, ପୀତାମ୍ବର ଗିରି, ଚକ୍ରଧର ନାଏକ, ସନିଆ ମୁଖୀଙ୍କ ସମେତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ତ୍ରିଶାଳା ହାଁସଦା, ବେଣୁଧର ପାତ୍ର ଉପସ୍ଥିତ ରହି ଗଣତି କାର୍ୟରେ ସାହାଯ୍ୟ କରିଥିଲେ ।
---------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA