ବଲାଙ୍ଗିର, ୫ ଅକ୍ଟୋବର (ହି.ସ.) ସ୍ଥାନୀୟ ଜଙ୍ଗଲ ବିଭାଗ ବୈଠକ ଗୃହରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଙ୍କ ଦ୍ୱାରା ବଲାଙ୍ଗିର ର ପୁର୍ତ ବିଭାଗ , ଜଳସେଚନ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗ , ଜାତୀୟ ରାଜପଥ ବିଭାଗ , ଗ୍ରାମ୍ଯଉନ୍ନୟନ ବିଭାଗ , ଗ୍ରାମ୍୍ୟ ଜଳଯୋଗାଣ ବିଭାଗ , ପୌରସଂସ୍ଥା , ଜିଲ୍ଲା ସଂସ୍କୃତି ବିଭାଗ , ଜନସ୍ୱାସ୍ଥ୍ଯ ବିଭାଗ ସମେତ ବଲାଙ୍ଗିର ଓ ଦେଓଗାଁ ର ତହସିଲଦାର ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକ ରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ଥିଲେ । ପ୍ରଥମରୁ ମାନ୍ୟବର ବିଧାୟକ କଳିକେଶ ସିଂହଦେଓ ବଲାଙ୍ଗିର ସହରର ଡ୍ରେନେଜ ବ୍ଯବସ୍ଥାର ସୁଧାର ଉପରେ ପୌରସଂସ୍ଥା ପୁର୍ତ ବିଭାଗ ଓ ଜାତୀୟ ରାଜପଥ ବିଭାଗ ର ସମୀକ୍ଷା କରିଥିଲେ । ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ରାସ୍ତା ଓ ବ୍ରିଜ ର କାର୍ଯ୍ଯ ଖୁବଶୀଘ୍ର ସମାପନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଜନସ୍ୱାସ୍ଥ୍ଯ ବିଭାଗ ର ମୂଖ୍ଯଯନ୍ତ୍ରୀ ଙ୍କୁ ବଲାଙ୍ଗିର ସହରରେ ପାନୀୟଜଳ ଯୋଗାଣ ବିଷୟରେ ଆଲୋଚନା କରି ବଲାଙ୍ଗିର ଆରଆର କଲୋନୀ ରେ ଶିଘ୍ର ଜଳଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପୁର୍ବ ସରକାର ଙ୍କ ଦ୍ୱାରା ଆସିଥିବା ଅନୁଦାନ ର ସଠିକ ରୂପାୟନ କରିବାକୁ ପରାମର୍ଶ ଦେଇଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ କୁ ବଲାଙ୍ଗିର ସଦର ବ୍ଲକ ଓ ଦେଓଗାଁବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବଲାଙ୍ଗିର ସହରରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଅଧିନସ୍ଥ ଡ୍ରେନେଜ ବ୍ଯବସ୍ଥାର ସୁଧାର ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଥିଲେ । ବଲାଙ୍ଗିର ର ଐତିହାସିକ ସମଲେଶ୍ୱରୀ ମନ୍ଦିର ର ଉନ୍ନତିକରଣ କାର୍ଯ୍ଯ ଶିଘ୍ର କାର୍ଯ୍ଯ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୋପାଲଜୀ ମନ୍ଦିର ର କାର୍ଯ୍ଯ ସମାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ସହର ଲକ୍ଷ୍ମୀ ନାରାୟଣ ମନ୍ଦିର ର ଉନ୍ନତିକରଣ ସହିତ ତାର କମିଟିର ପୁନର୍ଗଠନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ । କଳାମଣ୍ଡପ ପଡିଆ ର ଉନ୍ନତିକରଣ କାର୍ଯ୍ଯ ବିଷୟରେ ତଦାରଖ କରି କଲାମଣ୍ଡପ ର କମିଟି ଓ ତାର ଆର୍ôଥକ ସ୍ଥିତି ର ଅନୁଧ୍ୟାନ କରିଥିଲେ । ଏହି ବୈଠକରେ ବଲାଙ୍ଗିର ତହସିଲଦାର ଙ୍କ ସହିତ ବଲାଙ୍ଗିର ର ଭୁମୀହିନ ଗରିବ ଖଟିଖିଆ ମଜୁରିଆ ଙ୍କ ପାଇଁ ଏଲଆରସି ବ୍ଯବସ୍ଥାର କାହିଁକି କରାଯାଉ ନାହିଁ ? ବୋଲି ପ୍ରଶ୍ନ ରେ ସରକାର ଏବେ ଏ ବ୍ଯବସ୍ଥା ବନ୍ଦ କରିଥିବା ସୂଚନା ଦେଇଥିଲେ ତହସିଲଦାର। ପରପରେ ବଲାଙ୍ଗିର ପୁରାତନ କଲ୍ୟାଣ ମଣ୍ଡପ ର ସ୍ଥିତି ଅନୁଧ୍ୟାନ କରି ପୁନରୁଦ୍ଧାର କରିବା କୁ ନିର୍ଦ୍ଦେଶ ଦେଇଛନ୍ତି ।
------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ