ନୂଆପଡାରେ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି – ଭକ୍ତ ଚରଣ ଦାସ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆପଡା ଯାଉଥିବାରୁ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେ କହିଛନ୍ତି ଯେ ନୂଆପଡା ରେ ଆସନ୍ତା କାଲି କାର୍ଯ୍ୟକ୍ରମ ପାଇଁ ମୁଁ ଆଗରୁ ଘୋଷଣା କରିଥିଲି। ତେବେ ମୋ ଘୋଷଣା ପରେ
ନୂଆପଡାରେ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି – ଭକ୍ତ ଚରଣ ଦାସ


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆପଡା ଯାଉଥିବାରୁ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

ସେ କହିଛନ୍ତି ଯେ ନୂଆପଡା ରେ ଆସନ୍ତା କାଲି କାର୍ଯ୍ୟକ୍ରମ ପାଇଁ ମୁଁ ଆଗରୁ ଘୋଷଣା କରିଥିଲି। ତେବେ ମୋ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ବିରୋଧୀ ଙ୍କୁ ସମ୍ମାନ ଦେଉ ନାହାନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିବା ସହ କହିଛନ୍ତି ଯେ ଆଇନ ଶୃଙ୍ଖଳା ପାଇଁ ଆମ କାର୍ଯ୍ୟକ୍ରମ ବାତିଲ ସହ ଘୁଞ୍ଚାଇବାକୁ ଆମ ଉପରେ ଚାପ ପଡୁଛି । ତେଣୁ ଅନ୍ୟ ସ୍ଥାନ ରେ ବାଇକ ରାଲି ଓ ସଭା କରିବା ନେଇ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande