ଓଏଏସ ଛାତ୍ରଛାତ୍ରୀଙ୍କୁ ବ୍ଲକ ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, ୫ ଅକ୍ଟୋବର (ହି.ସ.)- ବ୍ଲକ୍ ଛକ ଦୁର୍ଗା ପୂଜା ୨୦୨୫ ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ୨୦୨୩ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ସମ୍ମାନିତ
*ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା*-


*ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା*-


ସୁବର୍ଣ୍ଣପୁର, ୫ ଅକ୍ଟୋବର (ହି.ସ.)- ବ୍ଲକ୍ ଛକ ଦୁର୍ଗା ପୂଜା ୨୦୨୫ ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ୨୦୨୩ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ସମ୍ମାନିତ ଅତିଥି ଏସପି ନାରାୟଣ ନାୟକଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ଓ ସମାଜର ଅବହେଳିତ ଅପହଞ୍ଚ ଅଞ୍ଚଳରେ ଜନତାଙ୍କ ଉତ୍ତମ ସେବା ପ୍ରଦାନ ସହ ସଧାରଣ ଲୋକଙ୍କ ଅସ୍ଥା ଭାଜନ ହେବାକୁ ଜିଲ୍ଲାପାଳ ଓ ଏସପି ଶୁଭକାମନା ଜଣାଇଥିଲେ l ଶିକ୍ଷା, କଳା, ସଂସ୍କୃତି ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି l ୧୭ ନମ୍ବର ରାଙ୍କ ରଖିଥିବା ପଶ୍ଚିମ ଓଡ଼ିଶାର ଟପ୍ପର ତଥା ସୁବର୍ଣ୍ଣପୁର ଜିଲ୍ଲାର ତରଭା ରମ୍ଭା ସିଂଢୋଲ ଗାଁ ର ସୁପ୍ରିୟା ମିଶ୍ର, ଜିଲ୍ଲାପାଳଙ୍କ ସୁପୁତ୍ର ସୌମ୍ୟକାନ୍ତ ସାହୁ, ଡୁଙ୍ଗୁରିପାଲି ଗଜବନ୍ଦ ଗାଁ ର ଅନ୍ଧ ଝିଅ ସ୍ମୃତିଶିଖା ଭୋଇ, ସୋନପୁରର ଅଂଶୁମାନ ସାହୁ, ସମୃଦ୍ଧ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଜିଲ୍ଲାର ଯୁକ୍ତ ୨ ଟପ୍ପର ଦେବେନ୍ଦ୍ର ଖମାରୀ, ପୂଜା କମିଟିର ସକ୍ରିୟ ସଦସ୍ୟ ଭାବେ ସୁବ୍ରତ ସେଠୀ, ସର୍ବେଶ୍ଵର ନାୟକଙ୍କୁ ଓ କଳା କ୍ଷେତ୍ରରେ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande