ପୀରହାଟ -ନିମେଇସାହି ରାସ୍ତା ବିପଦ ସଂକୁଳ, ଦୁର୍ଦ୍ଦଶା ଭୋଗୁଛନ୍ତି ୧୪୫ପରିବାର, ପ୍ରଶସ୍ତିକରଣ ଓ ପୁନଃନିର୍ମାଣ ପାଇଁ ଦାବି
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରାକ ଜିଲ୍ଲା ତିହିଡି଼ ବ୍ଲକ ଦୌଲତପୁର ପଂଚାୟତ ଅଧୀନ ପୀରହାଟରୁ ନିମେଇସାହି କଂକ୍ରିଟ ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ନିମେଇସାହି ଓ ପାଟଣାସାହି ଗ୍ରାମର ୧୪୫ ପରିବାର ଓ ଯାତାୟାତ କରୁଥିବା ଲୋକ ଦୁର୍ଦ୍ଦଶା ଭୋ
PIRAHAT - NIMEISAHI RASTA BIPAD SANKULA


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରାକ ଜିଲ୍ଲା ତିହିଡି଼ ବ୍ଲକ ଦୌଲତପୁର ପଂଚାୟତ ଅଧୀନ ପୀରହାଟରୁ ନିମେଇସାହି କଂକ୍ରିଟ ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ନିମେଇସାହି ଓ ପାଟଣାସାହି ଗ୍ରାମର ୧୪୫ ପରିବାର ଓ ଯାତାୟାତ କରୁଥିବା ଲୋକ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ସେହି ୨ଗ୍ରାମର ଅଧିବାସୀ ବିଭିନ୍ନ ସମୟରେ ବିଡ଼ିଓଙ୍କୁ ଭେଟି ରାସ୍ତା ପୁର୍ନନିର୍ମାଣ ଓ ପ୍ରଶାସ୍ତିକରଣ ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଦର୍ଶାଇଛନ୍ତି ଯେ ପୀରହାଟ ମଝି ବଜାରରୁ ନିମେଇସାହି ଓ ପାଟଣାସାହିକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତାର ଅବସ୍ଥା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଯିବା ସହ ଛୋଟ ବଡ଼ ଗାଢ଼ ସୃଷ୍ଟି ହୋଇଥିବାରୁ ଯାତାୟାତ ଜନିତ ସମସ୍ୟା ଉପୁଜୁଛି । ଗମନାଗମନ ପାଇଁ ନିମେଇସାହି ଗ୍ରାମର ୭୦ପରିବାର ଏବଂ ପାଟଣାସାହି ଗ୍ରାମର ୭୫ପରିବାର ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାଟି ଅଣ ଓସାରିଆ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ । ଯାହାଫଳରେ ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏପରିସ୍ଥଳେ ରାସ୍ତାକୁ ପ୍ରଶସ୍ତ କରାଯାଇ ପୁନଃ ନିର୍ମାଣ କରିବାକୁ ମନୋଜ ନାଥ, ମୁନା ପରିଡ଼ା, ଦୀପକ ବାରିକ, ଚଗିଲି ବାରିକ, ଶ୍ରୀକାନ୍ତ ସାହୁ, ବିଶ୍ୱରଞ୍ଜନ ଭଳ, ନାଗାର୍ଜ୍ଜୁନ ଭଳ, ଅନ୍ନପୂର୍ଣ୍ଣା ଜେନା ପ୍ରମୁଖ ଦାବି ଜଣାଇଛନ୍ତି । ତେବେ ଏସମ୍ପର୍କରେ ବିଡ଼ିଓ ନିରଞ୍ଜନ ବାରିକଙ୍କୁ ପଚାରିବାରୁ ପରିସ୍ଥିତି ଅନୁଧ୍ୟାନ କରାଯିବା ପରେ ପୁନଃ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande