ରଚନା ପକ୍ଷରୁ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”
ବଲାଙ୍ଗିର, 5 ଅକ୍ଟୋବର (ହି.ସ.)ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ । ଆଜି ମଧ୍ୟ ରେବତୀଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି । ରେବତୀ ନିଜ ଘରଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲା । ଏବେକାର ରେବତୀମାନେ ସମାଜଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ନାରୀଟିଏ ତାର ଅଧିକାର ପାଇଁ ଲଢ଼ି
ରଚନା ପକ୍ଷରୁ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”


ବଲାଙ୍ଗିର, 5 ଅକ୍ଟୋବର (ହି.ସ.)ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ । ଆଜି ମଧ୍ୟ ରେବତୀଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି । ରେବତୀ ନିଜ ଘରଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲା । ଏବେକାର ରେବତୀମାନେ ସମାଜଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ନାରୀଟିଏ ତାର ଅଧିକାର ପାଇଁ ଲଢ଼ିବ କାହିଁକି ? ଯାହା ତାର ପ୍ରାପ୍ୟ ତାହା ସେ ପାଇବା ଉଚିତ । ଏଥିପାଇଁ ଆବଶ୍ୟକ ମାନସିକତାରେ ପରିବର୍ତ୍ତନ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆୟୋଜିତ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”ରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ସରୋଜିନୀ ରେସିଡେନସି ସଭାକକ୍ଷରେ ବିଶିଷ୍ଟ କବି ପ୍ରହଲ୍ଲାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅତିଥିବକ୍ତା ଭାବରେ ଓଡିଶାର ସୁନାମଧନ୍ୟା ସାହିତ୍ୟିକା ଡ. ସରୋଜିନୀ ସାହୁ ଯୋଗଦେଇ “ରେବତୀ, ଧୋବୀ ଓ ଗମ୍ଭିରୀ ଘରର ନାୟିକାମାନେ” ଶୀର୍ଷକ ସ୍ମାରକୀ ବକ୍ତୃତାରେ ନାରୀବାଦୀମାନଙ୍କୁ ସମାଜ ଭିନ୍ନଦୃଷ୍ଟିରେ ନ ଦେଖି, ସେମାନଂକୁ ବାମାବାଦୀ ନ କହି ବରଂ ମାନବବାଦୀ କହିବା ଆବଶ୍ୟକ କାରଣ ସେମାନେ ମାନବସମାଜର ଅର୍ଦ୍ଧେକ ଶରୀରର କଥା କହୁଛନ୍ତି । ରେବତୀ ଓ ଧୋବୀ ଚରିତ୍ରକୁ ଲେଖିଥିଲେ ଦୁଇ ଜଣ ଲେଖକ ଓ ଗମ୍ଭିରୀ ଘରର ନାୟିକାର କଥାକୁ ଜଣେ ଲେଖିକା, ତେଣୁ ସେ ତାଙ୍କ ଅନ୍ତର୍ମନକୁ ଭଲ ଭାବରେ ଅନୁଭବି ପାରିଛନ୍ତି ବୋଲି ମତ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର – ୨୦୨୫ ସ୍ୱରୂପ ଉତ୍ତରୀୟ, ସମ୍ମାନପତ୍ର ଓ ୧୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ସଭା ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ମନୋଜ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଭକ୍ତିଗୀତ ପରିବେଷଣ କରିଥିଲେ । ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସ୍ୱାଗତ ସମ୍ଭାଷଣ ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଗାଳ୍ପିକ ମନୋଜ ପଣ୍ଡାଙ୍କ ଜୀବନ ଓ କୃତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କବି ବିଜୟ କୁମାର ତ୍ରିପାଠୀ ମନୋଜ ପଣ୍ଡାଙ୍କ ଶାରଳା ପୁରସ୍କାର ପ୍ରାପ୍ତ ପୁସ୍ତକ ‘ମାୟା ବଗିଚା’ରୁ ଏକ ଗଳ୍ପର ଉପସ୍ଥାପନା ଏବଂ କବି ସସ୍ମିତା ନେପାକ ସଭା ସଂଯୋଜନା କରିଥିଲେ । ଶେଷରେ ‘ରଚନା’ର ସଭାପତି ସନାତନ ଠାକୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବହୁ ଲେଖକ ଲେଖିକା, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande