ବଲାଙ୍ଗିର, ୫ ଅକ୍ଟୋବର (ହି.ସ.) ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମ ରେ ମାଁ ସାଉନ୍ତେଶ୍ୱରୀ ମନ୍ଦିରରେ ସାଉନ୍ତେଶ୍ୱରୀ ଦେବୀଙ୍କ ପୀଠ ରେ ପୂଜାର୍ଚ୍ଚନା କରି ଏକ ସଭା ଆୟୋଜିତ ହୋଇଥିଲା । ସଭାକୁ ସ୍ୱାଗତ ଭାଷଣ ଦେଇଥିଲେ ଜଗବନ୍ଧୁ ପ୍ରଧାନ, ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଡା. ରୁଦ୍ର ନାରାୟଣ ପଟେଲ, ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର ମଂଚାସିନ ହୋଇଥିବା ବେଳେ ପରିଚାଳନା କରିଥିଲେ ପ୍ରଦୀପ କୁମାର ପ୍ରଧାନ । ଯୁଗେ ଯୁଗେ ସାଉନ୍ତେଶ୍ୱରୀ ଦେବୀ ପୁସ୍ତକ ଉନ୍ମୋଚିତ କରିଥିଲେ ପଦ୍ମଶ୍ରୀ ହଳଧର ନାଗ । ଏହି ପୁସ୍ତକରେ ଦେବୀ ଙ୍କ କିମଦନ୍ତି , ଐତିହ୍ୟ ଓ ତନ୍ତ୍ରମନ୍ତ୍ର ଯନ୍ତ୍ର ଓ ଦେବୀଙ୍କ ମହିମା ପୂଜାର୍ଚ୍ଚନା ଉପରେ ଓ ୧୬ ପୂଜା ଓ ଦେବୀଙ୍କ ଅଭିର୍ଭାବ ଏହି ପୁସ୍ତକରେ ସ୍ଥାନ ପାଇଛି । ପଦ୍ମଶ୍ରୀ ହଳଧର ନାଗ ଏହି ସାଉନ୍ତେଶ୍ୱରୀ ଦେବୀଙ୍କ ଉପରେ ଏକ କାବ୍ୟ ଲେଖିବେ ଏବଂ ରାଜ୍ୟ ସରକାର , କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ଏବଂ ପଶ୍ଚିମ ଓଡିଶାର ବିଭିନ୍ନ ଦେବାଦେବୀ ପୀଠ ର ସୁରକ୍ଷା ପାଇଁ ପ୍ରଦାନ କରିବେ । ଏହି ପୁସ୍ତକ କୁ ଲେଖକ ଉକାଳୁ ସା, ପ୍ରକାଶକ ସୁଦର୍ଶନ ଓ ହୃଷିକେଶ ସ୍ୱାଇଁ କରିଥିବା ବେଳେ ସହଯୋଗ କରିଥିଲେ ମନୋଜ ସାହୁ, ସୁବ୍ରତ ପଧାନ, ମୁକେଶ ମାଲବ୍ୟ ସାହୁ, ଲଳିତ ଭୋଇ, ଗରିବ ସାହୁ, ରୋହିତ ପଧାନ, ଦୁର୍ଗା ଭୁଏ । ଧନ୍ୟବାଦ ଅର୍ପଣ କରିଥିଲେ ରାମ ଗୋପାଳ ଭୁଏ । ଏହି ଅବସରରେ କୁନି କୁନି ପିଲାମାନେ ଲେତପାଲି ଡ୍ୟାନ୍ସ ଗୃପ ନୃତ୍ୟ ପରିବେଷଣ କରିଥିଲେ ।
------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ