ସମାଜରେ ଜାତି, ବର୍ଣ୍ଣ ଓ ଧର୍ମକୁ ନେଇ ବିଦ୍ୱେଷ ନୁହେଁ, ସଦଭାବ ରହିବା ଆବଶ୍ୟକ
ସମାଜରେ ଜାତି, ବର୍ଣ୍ଣ ଓ ଧର୍ମକୁ ନେଇ ବିଦ୍ୱେଷ ନୁହେଁ, ସଦଭାବ ରହିବା ଆବଶ୍ୟକ
ସମାଜରେ ଜାତି, ବର୍ଣ୍ଣ ଓ ଧର୍ମକୁ ନେଇ ବିଦ୍ୱେଷ ନୁହେଁ, ସଦଭାବ ରହିବା ଆବଶ୍ୟକ


ସମ୍ବଲପୁର, ୦୫ ଅକ୍ଟୋବର (ହି.ସ.) ଭାରତୀ ସମାଜ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସମାଜରେ ବଢିଚାଲିଥିବା ଦୂରତାକୁ ନେଇ ଆଲୋଚନା କରାଯାଇଥିଲା । ଭାରତୀୟ ସଂସ୍କୃତି ୫ ହଜାର ବର୍ଷର ବୋଲି ଦାବି କରାଯାଉଥିବା ବେଳେ ଦିନକୁ ଦିନ ସମାଜ ଭିତରେ ଜାତି, ବର୍ଗ ଏବଂ ଧର୍ମ ନାମରେ ଦୂରତା ବୃଦ୍ଧି ପାଉଥିବା ନେଇ ଭାରତୀ ସମାଜ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବର୍ତମାନ ସମୟରେ ଭାରତୀୟ ସମାଜ ବ୍ୟବସ୍ଥାକୁ କଳୁଷିତ କରିବା ପାଇଁ ଉଚ୍ଚ ଏବଂ ନିମ୍ନ ଜାତି ନାମରେ ତିକ୍ତତା ସଷ୍ଟି କରୁଥିବା ନେଇ ଆଲୋଚନା କରାଯାଇଥିଲା । ଭାରତୀୟ ସମାଜ ବ୍ୟବସ୍ଥା କର୍ମ ଆଧାରିତ ହୋଇଥିବା ବେଳେ ଏହାକୁ ଧିରେଧିରେ ଜାତି ଆଧାରିତ କରାଯାଇ କର୍ମକୁ ତୁଚ୍ଚ କରିଦିଆଯାଇଛି । ତେବେ ଭାରତୀ ସମାଜ ସମାଜରେ ଜାତିବାଦକୁ ଦୂର କରି ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଜ ଗଠନ ଦିଗରେ କରୁଥିବା ପଦକ୍ଷେପ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା । ବର୍ତମାନ ଚାଲିଥିବା ଜାତିବାଦକୁ ଦୁର କରି ଲୋକଙ୍କୁ ଦେଶର ଇତିହାସ ସଂସ୍କୃତି ଏବଂ ପରମ୍ପରାର ଗୌରବ ବିଷୟରେ କିଭଳି ଅବଗତ ହେବେ ତାନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବା ଉପରେ ବୈଠକରେ ଆଳୋଚନା କରାଯାଇଥିଲା । ଦେଶ ଏବଂ ଦେଶ ବାହାରେ ରହୁଥିବା ଭାରତୀ ବଂଶଧରଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ବୃଦ୍ଧି କରିବା ଦିଗରେ କାର୍ଯ୍ୟକ୍ରମ ଉପରେ ଆଳୋଚନା କରାଯାଇଥିଲା । ବିଦେଶରେ ଭାରତୀ ସଂସ୍କୃତି ଉପରେ ଆଦର ବଢୁଥିବା ବେଳେ ଦେଶର ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟୀ କରିବାର ଆବଶ୍ୟକତା ରହିଥିବା ଆଳୋଚନାରେ ମତ ପ୍ରକାଶ ପାଇଥିଲା । ଦେଶରେ ଆତ୍ମନିର୍ଭରତାକୁ ବୃଦ୍ଧି କରିବା ପାଇଁ ସ୍ୱଦେଶୀ ଜ୍ଞାନ ଏବଂ ଉତ୍ପାଦନ ଗୁଡିକର ପ୍ରସାର କରାଯିବା ଜରୁରୀ ବୋଲି ବୈକରେ ମତ ପ୍ରକାଶ ପାଇଥିଲା । ବୈଠକରେ ଦେବୀ ପ୍ରସାଦ ଭୋଇ, ବିରଂଚିି ନାରାୟଣ ନାୟକ, ଗୋପବନ୍ଧୁ ସେନାପତି, ଲଲିତା ଭୋଇ, ସୁଷମା ପ୍ରଧାନ, ରାକେଶ ପଟ୍ଟନାୟକ,ପ୍ରେମ ସାହାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande