ଓଡିଶା ସିଭିଲସର୍ଭିସରେ କୃତିଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗୀର ବିଧାୟକ
ବଲାଙ୍ଗିର, 5 ଅକ୍ଟୋବର (ହି.ସ.) ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲାରୁ ଅନେକ ଯୁବକ/ଯୁବତୀ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ନିର୍ବାଚନମଣ୍ଡଳି ଅଞ୍ଚଳରୁ କୃତିତ୍ୱଲାଭ କରିଥିବା ଯୁବକ/ଯୁବତୀଙ୍କୁ ଆଜି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଓ ବଲାଙ୍ଗୀର ପୌ
ବଲାଙ୍ଗିର ରେ ରାଇଫେଲ୍ କ୍ୟାମ୍ପର ଶୁଭ ଆରମ୍ଭ


ବଲାଙ୍ଗିର, 5 ଅକ୍ଟୋବର (ହି.ସ.)

ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲାରୁ ଅନେକ ଯୁବକ/ଯୁବତୀ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ନିର୍ବାଚନମଣ୍ଡଳି ଅଞ୍ଚଳରୁ କୃତିତ୍ୱଲାଭ କରିଥିବା ଯୁବକ/ଯୁବତୀଙ୍କୁ ଆଜି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ଶୈଳଶ୍ରୀ ପ୍ୟାଲେସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସଫଳ ସିଭିଲସର୍ଭେଣ୍ଟ ମାନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ବିଧାୟକ ଶ୍ରୀ ସିଂଦେଓ ସମ୍ବର୍ଦ୍ଧିତ କରି ସେମାନଙ୍କର ଆଗାମୀ ଦିନରେ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେମାନଙ୍କ ମଧ୍ୟରେ ସୁପ୍ରୀୟା ମିଶ୍ର,ଶିବମସ୍ୱରୂପ ମହାନ୍ତି ,ରୋଶନ ପଟେଲ,ଅଟଳ ଦାସ,ଆଶୀଷ ସୁନା,ହେମରାଜ କୁମ୍ଭାର,କାହ୍ନା ବାରିକ ରହିଛନ୍ତି । ଚାକିରି ଜୀବନରେ ଲୋକଙ୍କ ସହିତ ଉତ୍ତମବ୍ୟବହାର ପ୍ରଦର୍ଶନ ସହ ସତ୍ୟ ଓ ନିଷ୍ଠାପଥରେ ପରିଚାଳିତ ହୋଇ ବଲାଙ୍ଗୀରର ଗୌରବ ବଢାଇବାକୁ ବିଧାୟକ ଏମାନଙ୍କୁ ପରାମର୍ଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande