ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ
ଘଟଗାଁ, ୫ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ର ଅନ୍ୟତମ ଜଣାଶୁଣା ପ୍ରାକୃତିକ ମନୋରମ ପର୍ଯ୍ୟଟନସ୍ଥଳୀ ଘଟଗାଁ ଓ ହରିଚନ୍ଦନପୁର ଥାନା ଅନ୍ତର୍ଭୁକ୍ତ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ଖବର ନେବାରୁ ଜଣାଯାଏ ଯେ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡ ଶିଆଳିମାଳ ଗ୍
ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ


ଘଟଗାଁ, ୫ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ର ଅନ୍ୟତମ ଜଣାଶୁଣା ପ୍ରାକୃତିକ ମନୋରମ ପର୍ଯ୍ୟଟନସ୍ଥଳୀ ଘଟଗାଁ ଓ ହରିଚନ୍ଦନପୁର ଥାନା ଅନ୍ତର୍ଭୁକ୍ତ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।

ଖବର ନେବାରୁ ଜଣାଯାଏ ଯେ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡ ଶିଆଳିମାଳ ଗ୍ରାମର ସତ୍ୟପ୍ରକାଶ ମହାନ୍ତ (୨୫) ପାରାଦ୍ବୀପ ଠାରେ ରହି ଏକ ପ୍ରାଇଭେଟ୍ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସେ ଦୁର୍ଗାପୂଜା ଅବସରରେ ତାଙ୍କ ସାଙ୍ଗ ମାନଙ୍କ ସହିତ ଘରକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ ସେ ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ପାଣିର ଗଭୀର ସ୍ରୋତରେ ଭାସି ଯାଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଖୋଜାଖୋଜି କରୁଛନ୍ତି।

ଏଠାରେ ସ୍ମରଣଯୋଗ୍ୟ ଯେ, ଗତ କିଛିଦିନ ତଳେ ବାଲେଶ୍ଵର ଜିଲ୍ଲାର ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ତାଙ୍କର କୌଣସି ଖୋଜଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande