ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଧର୍ମଶାଳା ବ୍ଲକ ଚକ୍ରଧରପୁର ପଂଚାୟତ ବାଲାଙ୍ଗିଆ ଗ୍ରାମରେ ଜଣେ ଅସହାୟ ପରିବାରକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ ବଲାଙ୍ଗିଆ ଗ୍ରାମର ସନ୍ତୋଷ ସାନ୍ତିଆ କିଛି ଦିନ ତଳେ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ପୁର୍ବରୁ ସ୍ୱର୍ଗତ ସନ୍ତୋଷଙ୍କ ମାଅ ଓ ବଡ ଭାଇ ମଧ୍ୟ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଘରର ଏକମାତ୍ର ରୋଜଗାରିଆ ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାରରେ ରହିଥିବା ଛୋଟ ଛୋଟ ପିଲାମାନେ ଅସହାୟ ହୋଇପଡିଛନ୍ତି । ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ଯୋଗଇ ଦିଆଯାଛି । ଯୁବ ସଙ୍ଗଠକ ରାଜେଶ କୁମାର ପାଳ ଅନ୍ୟ ସଦସ୍ୟମାନଙ୍କ ସହ ଉକ୍ତ ପରିବାର ନିକଟରେ ପହଁଚି ସମବେଦନା ଜଣାଇବା ସହିତ ଆର୍ଥୀକ ସହାୟତା ଯୋଗାଇ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ