ପୁରୀ, ୫ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ମଞ୍ଚସ୍ଥ ହେବ ଚଳିତ ମାସ ୧୧ ତାରିଖ ଶନିବାର ରାତ୍ରରେ ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ନାଟକକୁ ସରସ ସୁନ୍ଦର କରିବା ପାଇଁ ଯୋରଦାର ପ୍ରସ୍ତୁତି ସହ ରିହଲସେଲ ଚଳାଇଛନ୍ତି । ଏହି ନାଟକକୁ ଲେଖିଛନ୍ତି ନାଟ୍ୟକାର ଅନନ୍ତ ଓଝା ଓ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ନଟବର ଆଚାର୍ଯ୍ଯ । କ୍ଲବର ସଭାପତି ପ୍ରଶାନ୍ତ କୁମାର ନନ୍ଦ ଓ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଅକ୍ଲାନ୍ତ ପରିଶ୍ରମରେ ପ୍ରସ୍ତୁତି ଆଗେଇ ଚାଲିଛି । ଅଂଶଗ୍ରହଣ କରିଥିବା କଳାକାର ମାନେ କିଭଳି ନାଟକ ଜୀବନ୍ତ ହେବ ସେଥିପାଇଁ ଦିନ ରାତି ଅଭ୍ଯାସରେ ଲାଗି ପଡିଛନ୍ତି । ଆଖପାଖ ଅଞ୍ଚଳର ଦର୍ଶକ ମାନଙ୍କୁ ଏହି ନାଟକ ଦେଖିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ସାଂସ୍କୃତିକ ପରିଷଦ ଓ ଡ୍ରାମାଟିକ କ୍ଲବ ସଦସ୍ଯ ବୃନ୍ଦ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ